Latest Odisha News

BREAKING NEWS

LoCରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ; ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାରେ ଶୁକ୍ରବାର ଦିନ ସୁରକ୍ଷା ବାହିନୀ ନିୟନ୍ତ୍ରଣ ରେଖା (LoC) ନିକଟରେ ଥିବା ଏକ ଗୁପ୍ତ ଆଡ୍ଡାରୁ କିଛି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି।

ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଦୁଇଟି M-ସିରିଜ୍ (ଏମ ୪) ରାଇଫଲ୍ (ଚାରୋଟି ମ୍ୟାଗାଜିନ୍ ), ଦୁଇଟି ଚାଇନିଜ୍ ପିସ୍ତଲ (ତିନୋଟି ମ୍ୟାଗାଜିନ୍), ଦୁଇଟି ହାତ ଗ୍ରେନେଡ୍ ଏବଂ କିଛି ଗୁଳି ଥିବା ନେଇ ପୋଲିସ ସୂଚନା ଦେଇଛି। ତେବେ ଏହା ଆତଙ୍କବାଦୀଙ୍କ ଦ୍ଵାରା ରଖାଯାଇଛି କିମ୍ବା ଏହା ଏକ ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ମଧ୍ୟ କୁହାଯାଉଛି।

କିଛି ଗୁଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷା ବାହିନୀ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ହଣ୍ଡୱାଡା ଅଞ୍ଚଳର ଏଲଓସି ନିକଟବର୍ତ୍ତୀ ନିରିଆନ୍ ଜଙ୍ଗଲ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଯେଉଁଥିରେ ସେମାନେ ଏହି ସବୁ ସାମଗ୍ରୀ ଜବତ କରିଥିଲେ ଓ ସେହି ଆଡ୍ଡାକୁ ଧ୍ୱଂସ କରି ଦେଇଥିବା ନେଇ ସୂଚନା ମଧ୍ୟ ମିଳିଛି। ଏନେଇ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଏକ ଅଧିକାରୀ ସୂଚନା ଦେଇଛନ୍ତି।

 

Comments are closed.