ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ହେଲା ସେନା ହେଲିକପ୍ଟର। ଜାମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲା ମାରୱାହ ବ୍ଲକ୍ ମଛାନା ଗାଁରେ ହେଲିକପ୍ଟରଟି କ୍ରାସ୍ ହୋଇଛି। ଏଥିରେ ୩ ଆର୍ମି ଯବାନ ସବାର ଥିଲେ ବୋଲି ସୂଚନା ମିଳିଛି। ଆର୍ମି ଅଫିସରଙ୍କ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ପାଇଲଟ୍ ସୁରକ୍ଷିତ ଥିବା ବେଳେ ସେ ଆହତ ହୋଇଛନ୍ତି।
ସେନା ଅଫିସର ସୂଚନା ଦେଇ କହିଛନ୍ତି “ ଆର୍ମିର ଏଏଲ୍ଏଟ୍ ଧ୍ରୁବ୍ ହେଲିକପ୍ଟର ଜାମ୍ମୁ-କାଶ୍ମୀରର କିସ୍ତୱାରା ପାଖରେ କ୍ରାସ୍ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ଆହତ ହୋଇଥବା ବେଳେ ସୁରକ୍ଷିତ ଅଛନ୍ତି। ମାମଲାରେ ତଦନ୍ତ ଜାରି ରହିଛି।”
ହେଲିକପ୍ଟର କ୍ରାସ୍ ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ମାରୱାହା ଓ ଦାଚ୍ଚାନ ମଧ୍ୟରେ ଉଡ଼ାଣ ଭରିଥିବା ହେଲିକପ୍ଟରଟି କ୍ରାସ୍ ହେବା ପରେ ଏହାର ଅବଶେଷ ମରୁସୁଦାର ନଦୀରେ ମିଳିଛି। କ୍ରାସ୍ ହେବା ପରେ ହେଲିକପ୍ଟରଟି ନଦୀରେ ଭାସିଯାଇଥିଲା। ତେବେ ପାଇଲଟ ଓ ସହ ପାଇଲଟଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ବୋଲି ସେନା ସୂଚନା ଦେଇଛି।
ଏହାର ମାସକ ପୂର୍ବରୁ ସେନାର ଚୀତା ହେଲିକପ୍ଟର ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଅରୁଣାଚଳ ପ୍ରଦେଶର ବମଡିଲ୍ଲାରେ ଉଡ଼ାଣ ଭରୁଥିବା ବେଳେ ମାର୍ଚ୍ଚ ୧୬ ତାରିଖରେ ଏହା କ୍ରାସ୍ ହୋଇଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ ସହ ଯୋଗାଯୋଗ ନେ ହେବାରୁ ହେଲିକପ୍ଟର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏଥିରେ ଉଭୟ ପାଇଲଟ୍ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ବିନୟ ବାନୁ ରେଡ୍ଡୀ ଓ ମେଜର ଜୟନ୍ତ ଏଙ୍କର ମୃତ୍ୟୁ ହୋଇଥିଲା।
Comments are closed.