Latest Odisha News

BREAKING NEWS

ମେଜରଙ୍କ ବାନ୍ଧବୀଙ୍କୁ ଜାମିନ, ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ହୋଇଥିଲେ ଗିରଫ

କଟକ: ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ l ଗତକାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ପାଇଁ ନିର୍ଦ୍ଦେଶ କରିଥିଲେ କୋର୍ଟ l ଆଜି ମାମଲାର ଶୁଣାଣି କରି ଯୁବତୀଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ l ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଉକ୍ତ ଯୁବତୀଙ୍କୁ ଗିରଫ କରାଯାଇଥିଲା l ସେପଟେ ଘଟଣାକୁ ନେଇ ଆଜି ଭରତପୁର ଥାନାର ୫ ଜଣଙ୍କୁ ନିଲମ୍ବିତ କରାଯାଇଛି l ଥାନା ଆଇଆଇସି, ଜଣେ ଏସ୍‌ଆଇ, ୨ ଏଏସ୍‌ଆଇଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି l ଏହା ପୂର୍ବରୁ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ସେହିପରି ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ସଲିଳମୟୀ ସାହୁଙ୍କୁ ଡିସିପି କାର୍ଯ୍ୟାଳୟ ଓ କନେଷ୍ଟବଳ ବଳରାମ ହାଁସଦାଙ୍କୁ ଭୁବନେଶ୍ବର ଆରଓକୁ ବଦଳି ହୋଇଥିଲା।

ସୂଚନା ଅନୁସାରେ, ଗତ ଶନିବାର ରାତି ଅଧରେ ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ କେତେକ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ଗୁରୁବଂଶ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ବାନ୍ଧବୀ ସହ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଜଣେ ମହିଳା ଅଫିସରଙ୍କୁ ଅଭିଯୋଗ ରଖିବାକୁ କହିବା ସତ୍ତ୍ୱେ ମଧ୍ୟ ସେ ଶୁଣିନଥିଲେ। ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା l ପରେ କିନ୍ତୁ ଗୁରୁବଂଶଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ପୋଲିସ କର୍ମଚାରୀ ।

Leave A Reply

Your email address will not be published.