ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଖେଳାଳି ତଥା ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଉଥପ୍ପାଙ୍କ ଉପରେ ପ୍ରୋଭିଡେଣ୍ଟ ଫଣ୍ଡ ଦୁର୍ନୀତି (ଇପିଏଫଓ) ଘୋଟାଲା ମାମଲାରେ ଅଭିଯୋଗ ହୋଇଛି । ୨୩ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।
ଏହି ୱାରେଣ୍ଟ ଆଞ୍ଚଳିକ ପିଏଫ୍ ଆୟୁକ୍ତ ସଦାକ୍ଷରୀ ଗୋପାଳ ରେଡ୍ଡୀ ଜାରି କରିଛନ୍ତି । ରେଡ୍ଡୀଙ୍କ ତରଫରୁ ଜାରି ହୋଇଥିବା ୱାରେଣ୍ଟ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲକେଶିନଗର ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, ରବିନ ଉଥପ୍ପା ସେଞ୍ଚୁରି ଲାଇଫଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡକୁ ଚଳାଉଛନ୍ତି । କର୍ମଚାରୀଙ୍କ ଦରମାରୁ ୨୩ ଲକ୍ଷ ଟଙ୍କା କଟାଯାଇଥିଲା ସତ କିନ୍ତୁ ସେହି ଟଙ୍କାକୁ ଇପିଏଫଓ ପାଣ୍ଠିରେ ଜମା କରିନାହାଁନ୍ତି ।
ଏହି ମାମଲାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.