Latest Odisha News

BREAKING NEWS

ଅର୍ଶଦୀପଙ୍କ ନାମରେ ଯୋଡି ହୋଇଗଲା ଅଲୋଡା ରେକର୍ଡ

ମୁଲ୍ଲାପୁର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ଅର୍ଶଦୀପ ସିଂଙ୍କ ନାମରେ ଏକ ଅଲୋଡା ରେକର୍ଡ ଯୋଡି ହୋଇଯାଇଛି । ଟସ ଜିିତି ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୪ ୱିକେଟ ହରାଇ ୨୧୩ ରନ ସଂଗ୍ରହ କରିଥିଲା । ଦକ୍ଷିଣ ଆଫ୍ରିକା ଇନିଂସର ୧୧ତମ ଓଭର ଭାରତର ଅର୍ଶଦୀପ ପକାଇଥିଲେ ।

ସେ ଏହି ଓଭରରେ ୭ଟି ୱାଇଡ ବଲ ପକାଇଥିଲେ । ପ୍ରଥମ ବଲରେ କ୍ୱିଂଟନ ଡିକକ ଛକା ମାରିଥିଲେ । ଅର୍ଶଦୀପ ୨ଟି ୱାଇଡ ବଲ ପକାଇଥିଲେ । ଦ୍ୱିତୀୟ ବଲ ପରେ ପୂନର୍ବାର ସେ ୪ଟି ୱାଇଡ ପକାଇଥିଲେ । ଏହା ପରେ ୩ଟି ବଲରେ ସେ ୧, ୨ ଓ ୧ ରନ ଦେଇଥିଲେ । ପୂନର୍ବାର ସେ ଆଉ ଏକ ୱାଇଡ ପକାଇଥିଲେ । ଶେଷରେ ଅନ୍ତିମ ବଲରେ ଡିକକ ୧ ରନ ନେଇଥିଲେ । ଏହି ଓଭରରେ ୧୩ଟି ବଲ ପକାଇ ସେ ୧୮ ରନ ଦେବା ସହ ଅଲୋଡା ରେକର୍ଡ କରିଥିଲେ । ସେ ଆଫଗାନିସ୍ତାନର ନବୀ ଉଲ ହକଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ପୂର୍ଣ୍ଣ ସଦସ୍ୟ ଟିମ ମଧ୍ୟରେ କୌଣସି ବୋଲର ଆନ୍ତର୍ଜାତୀୟ ଟି୨୦ରେ ଏ ଭଳି ଲମ୍ବା ଓଭର ପକାଇଛି । ଡିକକ ଏହି ମ୍ୟାଚରେ ୯୦ ରନ କରିଥିଲେ ।

Leave A Reply

Your email address will not be published.