ରାଂଚୀ: ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଆକର୍ଷଣୀୟ ଶତକ ହାସଲ କରିଥିଲେ । ସେ ଶତକ ହାସଲ କରିବା ପରେ ରୋହିତ ଶର୍ମା ପ୍ରତିକ୍ରିୟା ପରେ ଭାଇରାଲ ହୋଇଥିଲା । ଏବେ ରୋହିତ ସେ ସମୟରେ କଣ କହିଥିଲେ ତାର ଖୁଲାସା ସାଥୀ ଖେଳାଳି ଅର୍ଶଦୀପ ସିଂ କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ମୋତେ ସମସ୍ତେ ରୋହିତ କଣ କହିଥିଲେ ପଚାରୁଛନ୍ତି ।
ସେ କହିଥିଲେ ନୀଲି ପରୀ, ଲାଲ ପରୀ, କମରେ ମେଁ ବନ୍ଦ, ମୁଝେ ନଦୀୟା ପସନ୍ଦ । ପୂର୍ବରୁ ଏହି ଶବ୍ଦ ମଧ୍ୟ ଭାଇରାଲ ହୋଇଥିଲା । ଅର୍ଶଦୀପ ଏହା ଶେୟାର କରିବା ପରେ ପ୍ରଶଂସକମାନେ ହସିହସି ଗଡି ଯାଇଛନ୍ତି । କୋହଲିଙ୍କ ୧୩୫ ରନ ଇନିଂସ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୪୯ ରନ ସଂଗ୍ରହ କରିଥିଲା । ଦକ୍ଷିଣ ଆଫ୍ରିକା କଡା ସଂଘର୍ଷ କରିଥିଲେ ମଧ୍ୟ ୧୭ ରନରେ ମ୍ୟାଚ ହାରି ଯାଇଥିଲା । ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି ।