ନୂଆଦିଲ୍ଲୀ: ଚଳିତ ଆଇପିଏଲ ଅବସରରେ ଭାରତର ପେସ ବୋଲର ଅର୍ଶଦୀପ ସିଂଙ୍କ ସମ୍ପର୍କରେ ଏକ ବଡ ଖୁଲାସା ହୋଇଛିି । ରବିବାର ତାଙ୍କ ପ୍ରେମିକାର ନାମ ସମ୍ମୁଖକୁ ଆସିଛି । ପୂର୍ବରୁ ସେ ତାଙ୍କ ସ୍ନାପଚାଟ ଆକାଂଉଟରେ ଏକ ଫଟୋ ଶେୟାର କରିଥିଲେ । ସେଥିରେ ସେ ଜଣେ ଝିଅଙ୍କ ହାତ ଧରିଥିଲେ । ପ୍ରଶଂସକମାନେ କିଏ ସେ ଏହି ଯୁବତୀ ଜାଣିବା ନେଇ ବ୍ୟଗ୍ର ହୋଇ ଉଠିଥିଲେ । ପଞ୍ଜାବର ପ୍ରତିଷ୍ଠିତ ମଡେଲ ଏବଂ ଅଭିନେତ୍ରୀ ସମରୀନ କୌର ଏହି ଝିଅ ବୋଲି ଜଣାପଡିଛି । ନିକଟରେ ଆଉ ଏକ ଭିଡିଓରେ ଅର୍ଶଦୀପ ଓ ସମରୀନ ହାତ ଧରାଧରି ହୋଇ ଯାଉଥିବା ଦେଖିବାକୁ ମିଳିଛି ।
ବଲିଉଡରେ ୮୩ ନାମକ ଫିଲ୍ମରେ ସେ ଏକ ଛୋଟ ଭୂମିକା କରିଥିଲେ । ପଞ୍ଜାବ କିଙ୍ଗସକୁ ସମରୀନ ଷ୍ଟାଡିୟମରେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏବେ ସୋସିଆଲ ମିଡିଆରେ ଏହି ସମ୍ପର୍କ ଏବେ ସମ୍ପୂର୍ଣ୍ଣ ଭାବେ ଲୋକଲୋଚନକୁ ଆସିଛି । ଅର୍ଶଦୀପଙ୍କ ବୟାନକୁ ଏବେ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଏକ ରିପୋର୍ଟରେ ଉଭୟ ଖୁବ ଶୀଘ୍ର ବିବାହ କରିବେ ବୋଲି ଜଣାପଡିଛି ।