Latest Odisha News

BREAKING NEWS

ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ୬୬ ବର୍ଷ ବୟସରେ ଆଜି ମଧ୍ୟାହ୍ନ ୧୨ଟା ୭ ମିନିଟରେ ଦେହାନ୍ତ ହୋଇଛି । ଗତସପ୍ତାହରେ ଶ୍ୱାସକ୍ରିଆରେ ସେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ଶ୍ରୀ ଜେଟଲୀଙ୍କ୍ୁ ହସ୍ପିଟାଲର କାର୍ଡ଼ିଓ-ନ୍ୟୁରୋ ୱାର୍ଡ଼ରେ ରଖାଯାଇ ଚିକିତ୍ସା କରାଯାଉଥିଲା ।

ଶ୍ରୀ ଜେଟଲୀଙ୍କ୍ୁ ହସ୍ପିଟାଲର କାଡର଼୍ିଓ-ନୁ୍ୟରୋ ୱାଡର଼୍ରେ ରଖାଯାଇ ଚିକିତ୍ସା କରାଯାଉଥିଲା । ସେ ଗତ ଅଗଷ୍ଟ ୯ ତାରିଖରୁ ନୂଆଦିଲ୍ଲୀସ୍ଥିତ ଏମ୍ସଠାରେ ରହି ଚିକିତ୍ସାଧିନ ରହିଥିଲେ । ଗତ ସପ୍ତାହରେ ତାଙ୍କ୍ୁ ଲାଇଫ୍ ସପୋର୍ଟ ମାଧ୍ୟମରେ ଜରୁରୀ ଚିକିତ୍ସା ପ୍ରଦାନ କରାଯାଇଥିଲେ ମଧ୍ୟ ଅସୁସ୍ଥତା ଯୋଗୁଁ ଆଜି ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଯାଇଛି ।

ବରିÂ ବିଜେପି ନେତା ଶ୍ରୀ ଜେଟଲୀଙ୍କ ଅସୁସ୍ଥତା ଖବର ପାଇ ଅଗଷ୍ଟ ୯ ତାରିଖରେ ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସ ପରିଦର୍ଶନ କରିଥିଲେ ।

୬୬ ବର୍ଷ ବୟସ୍କ ଅରୁଣ ଜେଟଲୀ କେନ୍ଦ୍ର ଅର୍ଥମନ୍ତ୍ରୀ ରହିଥିବା ବେଳେ ତାଙ୍କର କିଡ଼ନୀ ପ୍ରତ୍ୟାରୋପଣ ଲାଗି ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିଥିଲେ ।

ଏହି ଅସ୍ତେ୍ରାପଚାର ପରେ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା । ଜଣେ ଡ଼ାଇବେଟିସ ରୋଗୀ ହୋଇ ଅସୁସ୍ଥ ରହିଥିଲେ ମଧ୍ୟ ଗତବର୍ଷ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ସମୟରେ ଦୀର୍ଘ ସମୟ ସଂସଦରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.