Latest Odisha News

ଇଟାନଗର ଉପନିର୍ବାଚନ: ନିର୍ବିରୋଧୀ ଭାବେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀନୀ ତସେରିଙ୍ଗ

ଇଟାନଗର: ଅରୁଣାଚଳ ପ୍ରଦେଶର ଇଟାନଗର ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀନୀ ତସେରିଙ୍ଗ ଲହମୁ ନିର୍ବିରୋଧୀ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଆସନରୁ ତାଙ୍କ ପତି ୨୦୦୯ଠାରୁ କ୍ରମାଗତ ଭାବେ ନିର୍ବାଚନ ଜିତି ଆସୁଥିଲେ । ଗତ ବର୍ଷ ନଭେମ୍ବରରେ ତାଙ୍କର ୪୮ ବର୍ଷରେ ପରଲୋକ ହୋଇ ଯାଇଥିଲା । ଏଥିପାଇଁ ଉପ ନିର୍ବାଚନ କରାଯାଇଥିଲା । ତସେରିଙ୍ଗ ବିପକ୍ଷରେ ପିପିଏର ଲେକି ନର୍ବୁ ପ୍ରାର୍ଥୀ ହୋଇଥିଲେ । ତେବେ ସେ ପରେ ଏହା ପ୍ରତ୍ୟାହାର କରି ନେଇଥିଲେ । କୌଣସି ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ତସେରିଙ୍ଗଙ୍କୁ ବିଧିବଦ୍ଧ ଭାବେ ବିଜୟୀ ଘୋଷିତ କରାଯାଇଥିଲା ।

ଏଥିସହ ୬୦ ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶରେ ବିଜେପି ସଂଖ୍ୟା ୪୯ରେ ପଂହଚିଛି । କଂଗ୍ରେସ ଏବଂ ଏନସିପି ପାଖରେ ୪ଟି ଲେଖାଁଏ ବିଧାୟକ ରହିଛନ୍ତି । ୨୦୨୪ରେ ଅରୁଣାଚଳରେ ନିର୍ବାଚନ ହେବେ । ଏଥର ବି କ୍ଷମତା ହାତେଇବା ଲକ୍ଷ୍ୟରେ ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି ।

Comments are closed.