Latest Odisha News

BREAKING NEWS

ବ୍ରିଟେନରୁ ଦିଲ୍ଲୀ ଆସୁଥିବା ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସିଏମ୍‌ କେଜ୍ରିୱାଲ୍‌ଙ୍କ ଦାବି

ନୂଆଦିଲ୍ଲୀ: ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ଅତ୍ୟନ୍ତ ବିପଜ୍ଜନକ ହୋଇଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଭାରତରେ ମଧ୍ୟ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହା ପରେ ୟୁରୋପର ଅନେକ ଦେଶ ବ୍ରିଟେନକୁ ଯିବାକୁ ବାରଣ କରିଛନ୍ତି। ଏବେ ଭାରତରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ସୋମବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ଟୁଇଟ୍ କରିଛନ୍ତି।

ଏହି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଉତ୍ତେଜନା ଦେଖାଦେଇଛି ଏବଂ ଏହା ଏକ ସୁପର ସ୍ପ୍ରେଡର୍ ଭଳି କାର୍ଯ୍ୟ କରୁଛି। ଏଭଳି ପରିସ୍ଥିତିରେ ଭାରତ ସରକାର ବ୍ରିଟେନର ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌ ଖବର ଅତ୍ୟନ୍ତ ଚିନ୍ତାଜନକ। ଏହି ପ୍ରସଙ୍ଗରେ ଭାରତ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ତୁରନ୍ତ ବ୍ରିଟେନ, ଅନ୍ୟ ୟୁରୋପୀୟ ଦେଶରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍।

Comments are closed.