Latest Odisha News

BREAKING NEWS

ପରାଜୟ ପରେ ମୁହଁ ଖୋଲିଲେ କେଜ୍ରିୱାଲ… 

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ପରାଜୟକୁ ସ୍ୱୀକାର କରିଛନ୍ତି।

ସେ ଏକ ଭିଡିଓ ବାର୍ତ୍ତାରେ ଜନତାଙ୍କୁ କହିଛନ୍ତି, “ଆମେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ନମ୍ରତାର ସହିତ ଗ୍ରହଣ କରୁଛୁ। ମୁଁ ବିଜେପିକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଲୋକମାନେ ଯେଉଁ ପ୍ରତିଶ୍ରୁତି ପାଇଁ ସେମାନଙ୍କୁ ଭୋଟ ଦେଇଛନ୍ତି, ସେମାନେ ତାହା ପୂରଣ କରିବେ ବୋଲି ଆଶା କରୁଛି। ଗତ ୧୦ ବର୍ଷ ମଧ୍ୟରେ ଆମେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଭିତ୍ତିଭୂମି କ୍ଷେତ୍ରରେ ବହୁତ କାମ କରିଛୁ”।

ନୂଆଦିଲ୍ଲୀ ବିଧାନସଭା ଆସନରେ ପରବେଶ ବର୍ମାଙ୍କୁ ୩୦,୦୮୮ ଭୋଟ ମିଳିଛି। ସେ ୪,୦୮୯ ଭୋଟରେ ବାଜି ମାରିଛନ୍ତି। ସେହିପରି ଅରବିନ୍ଦ କେଜ୍ରିୱାଲଙ୍କୁ ୨୫୯୯୯ ଭୋଟ ଏବଂ କଂଗ୍ରେସ ପାର୍ଟିର ସନ୍ଦୀପ ଦୀକ୍ଷିତଙ୍କୁ ୪୫୬୮ ଭୋଟ ମିଳିଛି।

ଅପରପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, “ମୋ ଉପରେ ବିଶ୍ୱାସ ଦେଖାଇବା ପାଇଁ ମୁଁ କାଲକାଜିର ଜନତାଙ୍କୁ ଧନ୍ୟବାଦ ଜଣାଉଛି। ଆମେ ଲୋକଙ୍କ ଜନାଦେଶକୁ ଗ୍ରହଣ କରୁଛୁ”।

ଉଲ୍ଲେଖଯୋଗ୍ୟ, ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ୭୦ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମୋଟ୍ ୬୦.୫୪% ମତଦାନ ହୋଇଥିଲା। ଅନ୍ୟପଟେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜଙ୍ଗପୁରୀ ଆସନରୁ ପରାସ୍ତ ହୋଇଛନ୍ତି। କାଲିକାଜୀ ଆସନରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ବିଜେପିର ରମେଶ ବିଧୁଡୀଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି।

 

Comments are closed.