Latest Odisha News

ଆଜି ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ l ଏହା ପରେ ଅରବିନ୍ଦ କେଜ୍ରିୱାଲ ଆପ ସାଂସଦ ଅଶୋକ ମିତ୍ତଲଙ୍କ ଘର 5 ଫିରୋଜଶା ରୋଡରେ ରହିବେ l

ପୂର୍ବରୁ ବହୁ ବିଧାୟକ ଏବଂ କର୍ପୋରେଟରମାନେ କେଜ୍ରିୱାଲଙ୍କୁ ସେମାନଙ୍କ ଘର ପ୍ରଦାନ କରିଥିଲେ । କିନ୍ତୁ କେଜ୍ରିୱାଲ ଅଶୋକ ମିତ୍ତଲଙ୍କ ଘରେ ନିଷ୍ପତି ନେଇଥିଲେ l ସେଠାରୁ କେଜ୍ରିଓ୍ବାଲ ତାଙ୍କ ବିଧାନସଭା ଏବଂ ଦିଲ୍ଲୀ ନିର୍ବାଚନ ପ୍ରଚାରର ତଦାରଖ କରିବେ । ତେବେ ଘର ଖାଲି କରିବାକୁ ଦିନେ ଦୁଇଦିନ ସମୟ ମାଗିଥିଲେ l ଶେଷରେ ଆଜି ସେ ବାସଭବନ ଖାଲି କରିବା ନେଇ ସୂଚନା ମିଳିଛି l

ସୂଚନାଯୋଗ୍ୟ, କେଜ୍ରିୱାଲ ଏକ ରାଷ୍ଟ୍ରୀୟ ପାର୍ଟିର ମୁଖ୍ୟ ହୋଇଥିବାରୁ ସେ କ୍ଷମତାରେ ନ ରହିଲେ ମଧ୍ୟ ତାଙ୍କୁ ଏକ ସରକାରୀ ଆବାସ ଯୋଗାଇ ଦେବାକୁ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ୍‌ କରାଯାଇଥିଲା । ମାତ୍ର ଏନେଇ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.