Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ହାଇକୋର୍ଟଙ୍କ ରହିତାଦେଶ ବିରୋଧରେ ଫେରାଦ ହେଲେ କେଜ୍ରିୱାଲ। ଟ୍ରାଏଲ କୋର୍ଟଙ୍କ ଜାମିନ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଜାମିନ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି ପିଟିସନ୍‌ ଦାଖଲ କଲେ ଅରବିନ୍ଦ କେଜ୍ରିୱାଲ।

ଦିଲ୍ଲୀ ମଦ ନୀତି ସ୍କାମ୍‌ ମାମଲାରେ ଜେଲ୍‌ରେ ଅଛନ୍ତି କେଜରିୱାଲ। କେଜ୍‌ରିୱାଲଙ୍କ ଓକିଲମାନେ ସୋମବାର ସକାଳେ ଶୁଣାଣି ପାଇଁ ଆବେଦନ କରିଛନ୍ତି। ଏହାପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କୁ ଜୁନ ୨୦ରେ ୧ଲକ୍ଷ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରାଯାଇଥିଲା। କେଜ୍‌ରିୱାଲଙ୍କୁ ଜାମିନ ପ୍ରଦାନ କରିବା ପୂର୍ବରୁ କୋର୍ଟ କିଛି ସର୍ତ୍ତ ରଖିଥିଲେ। ତଦନ୍ତରେ ବାଧା ନଦେବାକୁ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଏହାର ଗୋଟିଏ ଦିନ ପରେ କେଜ୍ରିୱାଲଙ୍କ ଜାମିନକୁ ବିରୋଧ କରି ଇଡି ହାଇକୋର୍ଟରେ ପହଞ୍ଚିଥିଲା। ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲଙ୍କ ଜାମିନକୁ ଏନଫୋର୍ସମେଣ୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ବିରୋଧ କରିଥିଲା। କେଜ୍‌ରିୱାଲଙ୍କୁ ଜାମିନ ପ୍ରଦାନ ପାଇଁ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଥିଲେ।

Comments are closed.