Latest Odisha News

ଅଗଷ୍ଟ ୮ଯାଏଁ ବଢିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଅର୍ଥ ହେରଫେର ତଥା ଦୁର୍ନୀତି ମାମଲାରେ ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ବଢାଇ ଦେଇଛନ୍ତି।

ଅର୍ଥ ହେରଫେର ମାମଲାରେ ସ୍ୱତନ୍ତ୍ର ଜଜ୍ କାଭେରୀ ବାୱେଜା ଜୁଲାଇ ୩୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ବଢାଇଛନ୍ତି। ଏହାବ୍ଯତୀତ ସିବିଆଇ ଦ୍ୱାରା ଦାୟର ହୋଇଥିବା ଦୁର୍ନୀତି ମାମଲାରେ ତାଙ୍କର ନ୍ୟାୟିକ ହେପାଜତ ଅବଧିକୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସେହିପରି ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆ, ଭାରତ ରାଷ୍ଟ୍ର ସମିତି ନେତା କେ. କବିତା ଏବଂ ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ଅବଧିକୁ ଜୁଲାଇ ୩୧ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଭିଡିଓ କନଫରେନ୍ସ ଜରିଆରେ ଅଭିଯୁକ୍ତମାନେ ହାଜର ହୋଇଥିଲେ।

Comments are closed.