Latest Odisha News

କ୍ରୁଜ୍‌ ଡ୍ରଗ୍ସ ମାମଲା; ଟଙ୍କା ପାଇଁ ଆର୍ୟନ୍‌ଙ୍କୁ ଫସାଯାଇଥିଲା!

ମୁମ୍ବାଇ: ଆର୍ୟନ୍‌ ଖାନ ଡ୍ରଗ୍ସ ମାମଲାରେ ସାକ୍ଷୀ ଥିବା ବିଜୟ ପାଗ୍‌ରେ ଦାବି କରିଛନ୍ତି ଯେ ଆର୍ୟନଙ୍କୁ ଏହି ଘଟଣାରେ ଫସାଯାଇଛି। କେବଳ ଏତିକି ନୁହେଁ, ପୁରା ଘଟଣାକୁ କ୍ରମାଗତ ଭାବରେ ବର୍ଣ୍ଣନା କରିବା ସହ ଆର୍ୟନ୍‌ଙ୍କୁ ଜଡିତ କରିବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ ଦାବି କରିଛନ୍ତି। ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ଡ୍ରଗ୍ସ ଜବତ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅକ୍ଟୋବର ୩ ରେ ଆର୍ୟନ୍‌ଙ୍କୁ ଗିରଫ କରିଥିଲା।

ସାକ୍ଷୀ ବିଜୟ ପାଗ୍‌ରେ ଅଭିଯୋଗ କରିଛନ୍ତି ଯେ ଏହି ଆକ୍ରମଣ ପୂର୍ବରୁ ଯୋଜନା କରାଯାଇଥିଲା। ସେ କହିଛନ୍ତି ଯେ ‘ମୁଁ ୨୦୧୮-୧୯ ରେ କିଛି କାମ ପାଇଁ ସୁନୀଲ ପାଟିଲଙ୍କୁ ଟଙ୍କା ଦେଇଥିଲି ଏବଂ ଗତ ୬ ମାସ ଧରି ମୁଁ ସେହି ଟଙ୍କା ଫେରସ୍ତ ପାଇଁ ତାଙ୍କ ପିଛା କରୁଥିଲି। ଚଳିତ ବର୍ଷ ସେପ୍ଟେମ୍ବରରେ ଆମେ ଏକ ହୋଟେଲ ରୁମରେ ଥିଲୁ ଯେଉଁଠାରେ ସୁନୀଲ ପାଟିଲ ଭାନୁଶାଲୀଙ୍କୁ କହିଥିଲେ ଯେ ଏକ ବଡ଼ ଧରଣର ଯୋଜନା ହୋଇଛି।

Comments are closed.