Latest Odisha News

BREAKING NEWS

କେବଳ ଡ୍ରଗ୍ସ ବ୍ୟବହାର ନୁହେଁ , ଡ୍ରଗ୍ସ ଚୋରା କାରବାରରେ ବି ଜଡିତ ଅଛନ୍ତି ଆର୍ୟନ; ଏନ୍‌ସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନକୁ ବିରୋଧ କରିଛି। ଏନସିବି ଅଭିଯୋଗ କରିଛି ଯେ ଆର୍ୟନ କେବଳ ଡ୍ରଗ୍ସ ବ୍ୟବହାର କରୁନାହାଁନ୍ତି, ବରଂ ସେ ବେଆଇନ ଭାବେ ଡ୍ରଗ୍ ଚୋରା କାରବାରରେ ମଧ୍ୟ ଜଡିତ ଥିଲେ।

ଏଜେନ୍ସି ଏହା ମଧ୍ୟ ଦାବି କରିଛି ଯେ ଆର୍ୟନ ଏବଂ ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନି ନାମକ ଜଣେ ମହିଳା ଏହି ଘଟଣାର ତଦନ୍ତକୁ ଭଣ୍ଡୁର ସମସ୍ତ ସାକ୍ଷୀ ପ୍ରମାଣକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି।

ଅନ୍ୟପକ୍ଷରେ ଆର୍ୟନଙ୍କ ଓକିଲମାନେ ହାଇକୋର୍ଟରେ ଅତିରିକ୍ତ ନୋଟ୍ ଦାଖଲ କରି କହିଛନ୍ତି ଯେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଏବଂ କିଛି ରାଜନୈତିକ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଚାର କରାଯାଉଥିବା ଅଭିଯୋଗ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ।

ଆର୍ୟନଙ୍କ ଜାମିନ ଆବେଦନକୁ ନେଇ ଏନସିବି ମଙ୍ଗଳବାର ବମ୍ବେ ହାଇକୋର୍ଟରେ ନିଜର ଆଫିଡେଭିଟ ଦାଖଲ କରିଛି।

Leave A Reply

Your email address will not be published.