Latest Odisha News

BREAKING NEWS

ନୂଆବର୍ଷରୁ ଥରାଇବ ଜାଡ, ୪ ଡିଗ୍ରୀ ଯାଏ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ଵର: ନୂଆବର୍ଷରୁ ରାଜ୍ୟରେ ଥରାଇବ ଜାଡ। ଏବେ ଶୀତ କମିଥିବା ବେଳେ ଆସନ୍ତା ୨ ଦିନ ପରେ ରାତି ତାପମାତ୍ରା ୪ ଡିଗ୍ରୀ ଯାଏ ହ୍ରାସ ପାଇପାରେ। ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି।

୩୧ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ମୟୂରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା କମିବ । ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହା ସହିତ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ। ସେହିଭଳି ରାତିର ତାପମାତ୍ରା ମଧ୍ୟ କମିବ। ୩୦ ରୁ କ୍ରମଶଃ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବ। ଫଳରେ ଶୀତ ପୁଣି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡିରେ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀ ଓ କୋରାପୁଟର ତାପମାତ୍ରା ୧୨.୫ ଡିଗ୍ରୀ, ଅନୁଗୋଳ ୧୨.୬ ଡିଗ୍ରୀ, ଭଦ୍ରକ ୧୨.୮, ଢେଙ୍କାନାଳ ୧୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ଖୋର୍ଦ୍ଦା, ଜଗତସିଂହପୁର, କେନ୍ଦ୍ରାପଡା, ରାଉରକେଲା, ଯାଜପୁର, ଝାରସୁଗୁଡା ଓ କଟକ ତାପମାତ୍ରା ୧୫ ଡିଗ୍ରୀରୁ କମ ଥିବା ନେଇ ସୂଚନା ମିଳିଛି ।

Comments are closed.