Latest Odisha News

BREAKING NEWS

୨୮୪ କୋଟି ଟଙ୍କାର ମାଲିକ ଅଟନ୍ତି ଶେଖ୍ ହାସିନାଙ୍କ ଚାକର

ନୂଆଦିଲ୍ଲୀ: କୋଟାକୁ ନେଇ ବାଂଲାଦେଶ ଦେଖାଦେଇଥିବା ହିଂସା ଥମିବାର ନାଁ ନେଉନଥିବା ବେଳେ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତର ଶରଣ ପଶିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଛନ୍ତି ଶେଖ ହସିନା । ଏହାପରେ ପ୍ରଧାନମନ୍ତ୍ରୀ ବାସଭବନରେ ବିକ୍ଷୋଭକାରୀ ମାନେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଅନେକ ହିଂସାକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି । ତେବେ ଭରତର ଶରଣରେ ଥିବା ଶେଖ ହସିନା କିଛି ଦିନ ଭାରତରେ ରହିବା ପରେ ଇଂଲଣ୍ଡ ଚାଲିଯିବାର ଶୁଣିବାକୁ ମିଳୁଛି । ତେବେ ଶେଖ ହାସିନାଙ୍କ ଇସ୍ତଫା ପରେ ଦେଶର ଶାସନ ଭାର ଏବେ ସେନା ହାତକୁ ଯାଇଛି ।

ତେବେ ନିକଟରେ ସୂଚନା ମିଳିଥିଲା ଯେ, ଶେଖ ହସିନାଙ୍କ ବାସଭବନର ଜଣେ ଚାକର କୋଟିପତି ହୋଇଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶେଖ ହାସିନାଙ୍କ ଚାକର ୨୮୪ କୋଟିର ମାଲିକ । ଏପରିକି ସେ ତାଙ୍କର ବ୍ୟକ୍ତିଗତ ବିମାନରେ ଯାତ୍ରା କରନ୍ତି । ବର୍ତ୍ତମାନ ସେ ଆମେରିକାରେ ରହୁଛନ୍ତି । ଏହି ସୂଚନା ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଖବର ଶେଖ ହାସିନାଙ୍କ କାନରେ ପଡିବା ପରେ ସେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଉକ୍ତ ବ୍ୟକ୍ତି ଜଣଙ୍କ ସେତେବେଳକୁ ଆନେରିକା ପଳାଇଥିଲା ।

ଢାକା ଟ୍ରିବ୍ୟୁନର ଖବର ଅନୁଯାୟୀ, ଏହି ବ୍ୟକ୍ତିଙ୍କ ନାମ ହେଉଛି ଜାହାଙ୍ଗୀର ଆଲାମ । ରିପୋର୍ଟ ଅନୁସାରେ ଜାହାଙ୍ଗୀର ଲୋକଙ୍କଠାରୁ ଶେଖ ହସିନାଙ୍କ କାର୍ଯ୍ୟାଳୟରେ କାମ କରୁଥିବା କହି ଟଙ୍କା ଲୁଟୁଥିଲା । କିନ୍ତୁ ବାସ୍ତବରେ ସେ ପ୍ରଧାନମନ୍ତ୍ରୀଙ୍କ ଘରେ ଚାକର କାମ କରୁଥିଲା । ଲୋକମାନଙ୍କୁ ମିଛ ସତ କହି ଅନେକ ଟଙ୍କା ଲୁଟୁ ଥିଲା ଜାହାଙ୍ଗୀର । କିନ୍ତୁ ଯେତେବେଳେ ରିପୋର୍ଟରେ ଖୁଲାସା ହେଲା ଏବଂ ତାଙ୍କ ପାଖରେ ୨୮୪କୋଟି ସମ୍ପତି ଥିବା ଜାଣିବାକୁ ମିଳିଲା ସେତେବେଳେ ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଶେଖ ହାସିନା । ଜଣେ ସାଧାରଣ ବାଂଲାଦେଶୀ ଏତେ ପରିମାଣର ସମ୍ପତି ଅର୍ଜନ କରିବାକୁ ୧୩ ବର୍ଷ ସମୟ ଲାଗିବ କିନ୍ତୁ ସେ ଏତେ କମ୍ ସମୟରେ କିପରି ଏତେ ଧନ ଅର୍ଜନ କଲେ ସେ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଶେଖ ହାସିନା ।

 

Comments are closed.