Latest Odisha News

BREAKING NEWS

ରହସ୍ୟମୟ ଦ୍ୱୀପ ନର୍ଥ ସେଣ୍ଟିନାଲ ଆୟାର୍ଲାଣ୍ଡ

ଆଣ୍ଡାମାନ : ରହସ୍ୟ ଭିତରେ ପୁରା ବ୍ରହ୍ମାଣ୍ଡ । ଆଉ ଏହି ରହସ୍ୟ ଭିତରେ ଆମେ । ଆମ ଚାରିପଟେ ବହୁତ ରହସ୍ୟ ରହିଛି । ଯାହାକି ଆମେ ଚାହିଁଲେ ବି ତାର ସତ୍ୟସତ୍ୟ ପାଖରେ ପହଂଚିବା କାଠିକର ହୋଇପଡୁଛି । ସେମିତି ଏକ ରହସ୍ୟମୟ ସ୍ଥାନ ରହିଛି । ଯେଉଁଠି ଯାଉଥିବା ଲୋକେ ଆଉ ଫେରନ୍ତି ନାହିଁ । ବିଶ୍ୱାସ ନହେଲେ ବି ସତ । ଆଣ୍ଡାମାନ ଠାରୁ ୫୦ କିଲୋମିଟର ଦୂରରେ ରହିଛି ନର୍ଥ ସେଣ୍ଟିନାଲ ଆୟାର୍ଲାଣ୍ଡ । ସବୁଠୁ ବଡ଼ ରହସ୍ୟମୟ ଦ୍ୱୀପ । ଯେଉଁ ଗଲେ ଲୋକେ ଫେରନ୍ତି ନାହିଁ । ହେଲେ ସେଠାରେ କଣ ରହିଛି ରହସ୍ୟ ତାହା ଏବେ ବି କାହାକୁ ଜଣାନାହିଁ । ତେବେ ଏହି ଦ୍ୱୀପକୁ ନେଇ କିଛି ରହସ୍ୟମୟ ଖବର ଜାଣିବା ଆମର ଏହି ରିପୋର୍ଟରେ । . . .

ବର୍ଷ ବର୍ଷ ଧରି ଲୋକ ଗାୟବ ହୋଇଯାଉଛନ୍ତି । ଯିଏ ବି ପହଂଚିଲା ତା ପରେ ଆଉ ଫେରିପାରେ ନାହିଁ । ହେଲେ କେଉଁଆଡେ ଯାଉଛନ୍ତି ଆଉ କେମିତି ଗାୟବ ହେଉଛନ୍ତି ତାର ଖବର ବି କାହା ପାଖରେ ନାହିଁ । ଏ ହେଉଛି ନର୍ଥ ସେଣ୍ଟିନାଲ ଆୟାର୍ଲାଣ୍ଡ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଆଉ ଆଣ୍ଡାମାନ ଠାରୁ ୫୦କିଲୋମିଟର ଦୂରରେ ରହିଛି ସବୁଠୁ ବଡ଼ ରହସ୍ୟମୟଏହି ଦ୍ୱୀପ । କୌଣସି ଲୋକଙ୍କୁ ସେଠାକୁ ଯିବାକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । ମନୋରମ ପରିବଶେ ଭିତରେ ଏହି ସ୍ଥାନ ରହିଥିଲେ ବି ପର୍ଯ୍ୟଯଂକଙ୍କୁ ଯିବାକୁ ମନା । ଆଉ କେହି ବି ପ୍ରୟାସ କରିଲେ ତା ପରେ ଆଉ ଫେରନ୍ତି ନାହିଁ ।

ଏଠାରେ ରୁହନ୍ତି ଏକ ଜନଜାତି । ବହୁତ ହିଂସ୍ର ପ୍ରବୃତ୍ତିର ।  ସବୁଜିମାରେ ଭରପୂର ଥିବା ଏହି ସ୍ଥାନରେ କାହିଁ କେଉଁକାଳରୁ ବସିତି ସେମାନଙ୍କର । ହେଲେ ପୁରା ଦୁନିଆ ତାଙ୍କର ସେହି ଜଙ୍ଗଲ ଭିତରେ । ବାହର ଦୁନଆ କଣ ବି ଜଣା ନାହିଁ । କୁହାଯାଏ ଏହି ଜନଜାତି ହେଉଛନ୍ତି ପ୍ରସ୍ତର ଯୁଗର ଦୂର୍ବଳ । ଏମାନେ ବାହାର ଲୋକଙ୍କ ଆଦୌ ସହ୍ୟ କରନ୍ତି ନାହିଁ ।

ଏମାନଙ୍କର କଶ ଭାଷା, କଣ ଖାଦ୍ୟ ଆଉ ଚଳଣୀ କଣ ବି ଜଣା ନାହିଁ । ବର୍ଷ ବର୍ଷ ଧରି ରହିଆସୁଥିଲେ ବି ଏହି ଜନଜାତିଙ୍କ ସମ୍ପର୍କରେ ଆଜିଯାଏ କାହା ପାଖରେ ବି ଖବର ନାହିଁ । ଏମିତି କି ଏହି ସ୍ଥାନ ଆଉ ଏହି ଜନଜାତି ସମ୍ପର୍କରେ ଜାଣିବାକୁ ବହୁ ପ୍ରୟାସ କରି ବି ଫେଲ୍ ମାରିଛନ୍ତି ବେଜ୍ଞାନିକ ମାନେ ।

ଆଜି ଯାଏ ଯେ କୌଣସି ଲୋକ ଏହି ଦ୍ୱୀପ ନେଇ ଜାଣିବାକୁ ପ୍ରୟାସ କରିଛି କି ସେହି ସ୍ଥାନକୁ ଯିବାକୁ ଚାହିଁଛି । ସେହିଠାରେ ହିଁ ତାର ସମାପ୍ତି ହୋଇଛି । ତେଣୁ ଏନେଇ ଲୋକମାନଙ୍କୁ ଏଥିରୁ ଦୂରରେ ରହିବାକୁ ଚତାବନୀ ରହିଛି । କେବଳ ଡ୍ରୋନ୍ ଦ୍ୱାରା କିଛି ଝଲକ ତାଙ୍କର ସମାନାକୁ ଆସିଛି । ହେଲେ ସବୁଠୁ ବଡ଼ ଭୟଙ୍କର ଦ୍ୱୀପ ସମ୍ପର୍କରେ କିନ୍ତୁ କାହାରିକୁ ଜଣାନାହିଁ । ଏବେ ବି ସେହି ଦ୍ୱୀପ ରହସ୍ୟମୟ ହୋଇ ରହିଛି । .. . .

Leave A Reply

Your email address will not be published.