Latest Odisha News

BREAKING NEWS

କେନ୍ଦ୍ରାପଡାରେ ଆଶା, ଅଙ୍ଗନବାଡି ଓ ସଫେଇ କର୍ମୀ କରୋନା ପଜିଟିଭ ଚିହ୍ନଟ

କେନ୍ଦ୍ରାପଡା: ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା (ଆଶା), ଅଙ୍ଗନୱାଡି କର୍ମୀ, ସଫେଇ କର୍ମଚାରୀ ଏବଂ କିଛି ସ୍ବେଚ୍ଛାସେବୀଙ୍କ ସମେତ ଅଠର ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ରବିବାର ଦିନ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ଯେ ଏହି ୬ ଜଣ କର୍ମଚାରୀ ମାର୍ଶାଘାଇ ହାଇସ୍କୁଲ ଏବଂ ପେଣ୍ଠପାଳ ବାତ୍ୟା ସେଣ୍ଟରର ଟିଏମସିରେ ନିୟୋଜିତ ଅଛନ୍ତି।

“ଯଦିଓ ସେମାନଙ୍କର ଲକ୍ଷଣ ନଥିଲା ହେଲେ ମଧ୍ୟ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କ ସ୍ୱାବ ସ୍ ବଭ ନମୁନା ସଂଗ୍ରହ କରାଯାଇଥିଲା। ପରବର୍ତ୍ତି ସମୟରେ ଏହି ଦୁଇଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷିତ ହୋଇଛି” ବୋଲି ସେ ପ୍ରକାଶ କରିଛନ୍ତି।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ ଅନ୍ୟ ୧୨ ଜଣ ରୋଗୀ କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ଗୁଜରାଟ ଫେରନ୍ତା ହୋଇଥିବା ବେଳେ ତାଙ୍କ ସହ ଏହି ୬ଜଣଙ୍କୁ କେନ୍ଦ୍ରାପଡାସ୍ଥିତ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Comments are closed.