ନୂଆଦିଲ୍ଲୀ: ଚଳିତ ଆଇପିଏଲର ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ଶେଷ ବଲରେ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଅଧିନାୟକ ଶୁଭମନ ଗିଲଙ୍କୁ କୋଚ ଆଶୀଷ ନେହେରା ଗାଳି ଦେଉଥିବା ଦେଖିବାକୁ ମିଳିଥିଲା । ଗିଲଙ୍କ ଥ୍ରୋ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ୧ ରନ ବଦଳରେ ୬ ରନ ପାଇଥିଲା । ବାଉଣ୍ଡରୀ ଲାଇନ ନିକଟରେ ଥିବା ନେହେରା ଏହାକୁ ଦେଖି ରାଗି ଯାଇଥିଲେ ଏବଂ ଗିଲଙ୍କୁ ଗାଳି ଦେଇଥିଲେ । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଗିଲ ଏହି ମ୍ୟାଚରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୪୫ ବଲରେ ଦ୍ରୁତ ୭୦ ରନ ସଂଗ୍ରହ କରିଥିଲେ । ଏଥିରେ ୫ ଛକା ଓ ୪ ଚୌକା ସାମିଲ । ଡେଭିଡ ମିଲରଙ୍କ ଚମତ୍କାର ବ୍ୟାଟିଂ ସହାୟତାରେ ଦିଲ୍ଲୀ ଏକ ନିଶ୍ଚିିତ ବିଜୟ ସୁଯୋଗ ହାତଛଡା କରିଥିଲା । ଦଳକୁ ୨ ବଲରେ ୨ ରନର ଆବଶ୍ୟକ ଥିଲା । ୫ମ ବଲରେ ସିଙ୍ଗଲ ସୁଯୋଗ ଥିଲେ ମଧ୍ୟ ମିଲର ଏହାକୁ ନେଇ ନ ଥିଲେ । ଶେଷ ବଲରେ ୨ ରନ ଆବଶ୍ୟକ ହେଉଥିବା ବେଳେ ସେ ଏହା କରିପାରି ନ ଥିଲେ ।