ମୁମ୍ବାଇ: ଜାମ୍ମୁକାଶ୍ମୀରର ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତପା ଦେବା ଚର୍ଚା ଥମିନାହିଁ । ଏବେ ମହାରାଷ୍ଟ୍ର କଂଗ୍ରେସରେ ସୃଷ୍ଟି ହେଲାଣି ଫାଟ । ସରକାର ଭାଙ୍ଗିବା ପରେ କଂଗ୍ରେସର ବରିଷ୍ଠ ନେତା କଂଗ୍ରେସ ଛାଡିବାକୁ ଚିନ୍ତା କରୁଥିବା ଚର୍ଚା ହେଉଛି ।
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହାନ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଗଣେଶ ପୂଜା ଅବସରରେ ଚୌହାନ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଆଲୋଚନାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚା ଆରମ୍ଭ ହୋଇଯାଇଛି । ବିଶେଷ କରି ଚୈାହାନ ବିଜେପିରେ ସାମିଲ ହୋଇ ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚା ହେଉଛି ।
ବୈଠକ ପରେ ଅଶୋକ ଚୌହାନ ବିଜେପିରେ ଯୋଗଦେବା ନେଇ ମହାରାଷ୍ଟ୍ରଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତି ଚର୍ଚା ହେଉଛି । ଗଣମାଧ୍ୟମ ପ୍ରଶ୍ନକୁ ଚୈାହାନ ଏଡାଇ ଯାଇଥିଲେ ମଧ୍ୟ ଭିତରେ କିଛି ଚାଲିଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ଏଭଳି ସମୟରେ ଫଡନାଭିସଙ୍କୁ ଭେଟି ଆଲୋଚନା କରିବାକୁ ସହଜ କୁହାଯାଇପାରିବ ନାହିଁ ।
ସବୁଠୁ ବଡ଼ କଥା ହେଉଛି ଯେତେବେଳେ ବିଧାନସଭାରେ ଉଦ୍ଧବଙ୍କ ନେତୃତ୍ୱାଧୀନ ମହାଭିକାଶ ଅଗାଢୀ ସରକାରଙ୍କ ଫ୍ଲୋର ଟେଷ୍ଟ ହୋଇଥିଲା ସେତେବେଳେ ସେ ମଧ୍ୟ ଗୃହ ବାହାରେ ଥିଲେ । ଅଶୋକ ଚୌହାନ କଂଗ୍ରେସର ଜଣେ ବରିଷ୍ଠ ନେତା ଖାଲି ନୁହଁନ୍ତି । ତାଙ୍କର ମହାରାଷ୍ଟ୍ର କଂଗ୍ରେସର ଗୋଟେ ବଡ଼ ଗୋଷ୍ଠୀ ତାଙ୍କ ସହ ରହିଛନ୍ତି । ତେଣୁ ସେ ଯଦି ବିଜେପିରେ ସାମିଲ ହୁଅନ୍ତି କଂଗ୍ରେସରେ ବଡ଼ ଫାଟ ହୋଇପାରେ ।
Comments are closed.