ବିଶାଖପଟନମ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ରୋମାଂଚକ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଦିଲ୍ଲୀର ଆଶୁତୋଷ ଶର୍ମା ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ । ସେ ୩୧ ବଲରେ ୬୬ ରନ କରି ଅପରାଜିତ ରହିଥିଲେ । ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମ୍ୟାଚ ପରେ ଆଶୁତୋଷ ତାଙ୍କ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମହାନ ଖେଳାଳି ଶିଖର ଧାୱନଙ୍କୁ ଉତ୍ସର୍ଗ କରିଥିଲେ । ସେ ମୋ ପଥ ପ୍ରଦଶକ । ତାଙ୍କ ଲାଗି ଆଜି ମୁଁ ଭଲ ପ୍ରଦର୍ଶନ କରିପାରିଛି । ସେ ଧାୱନଙ୍କ ସହ ଭିଡିଓ କଲରେ ମଧ୍ୟ କଥା ହୋଇଥିଲେ ।
ଗତ ସିଜନରେ ମୋ ନିକଟରେ ମ୍ୟାଚକୁ ଜିତାଇବା ପାଇଁ ସୁଯୋଗ ଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହା ପରେ ମୁଁ ଫିନିଶିଂ ସ୍କିଲକୁ ବଢ଼ାଇବା ପାଇଁ ମନୋନିବେଶ କରିଥିଲି । ଏବେ ଏଥିରେ ସଫଳତା ମିଳିଥିବାରୁ ମୁଁ ବ୍ୟକ୍ତିଗତ ଭାବେ ବେଶ ଖୁସୀ ଅଛି ବୋଲି ସେ କହିଛନ୍ତି । ଗତ ସଂସ୍କରଣରେ ଧାୱନଙ୍କ ସହ ଆଶୁତୋଷ ଏକତ୍ର ଖେଳିଥିଲେ । ଧାୱନ ଏବେ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି । ସେ ଭାରତ ପକ୍ଷରୁ ୩୪ ଟେଷ୍ଟରେ ୨୩୧୫ ରନ, ୧୬୭ ଦିିନିକିଆରେ ୬୭୯୩ ରନ ଓ ୬୮ ଟି୨୦ ମ୍ୟାଚରେ ୧୭୫୯ ରନ କରିଥିାଲେ । ଧାୱନ ଆଇପିଏଲରେ ୨୨୨ ମୁକାବିଲାରେ ୬୭୬୮ ରନ କରିଛନ୍ତି ।