Latest Odisha News

BREAKING NEWS

ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର

ଭୁବନେଶ୍ବର: ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଚଳିତ ବର୍ଷର ବିଷୁବ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ବିଶିଷ୍ଟ କବି ଓ ପ୍ରାବନ୍ଧିକ ଅଶ୍ବିନୀ କୁମାର ମିଶ୍ର ଏହି ପୁରସ୍କାର ପାଇବେ। ପ୍ରତିବର୍ଷ ବିଷୁବ ସଂକ୍ରାନ୍ତି ଅବସରରେ ‘ପ୍ରଜାତନ୍ତ୍ର’ ପକ୍ଷରୁ ଆୟୋଜିତ ହୋଇଆସୁଥିବା ‘ବିଷୁବ ମିଳନ’ ଅବସରରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥାଏ ଏବଂ ଏଥିପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଏ।

ଏହା ବ୍ୟତୀତ ପ୍ରବନ୍ଧ ଓ ସାହିତ୍ୟ ସମାଲୋଚନା ପାଇଁ ନିଖିଳାନନ୍ଦ ପାଣିଗ୍ରାହୀ, କବିତା ପାଇଁ ଧନଞ୍ଜୟ ସ୍ବାଇଁ ଓ ଗଳ୍ପ ପାଇଁ ଅରବିନ୍ଦ ରାୟଙ୍କୁ ‘ଝଙ୍କାର’ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯିବ। ଏମାନେ ପଚିଶ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ମାନପତ୍ର ପାଇବେ। ସେହିଭଳି ଅନୁବାଦ ସାହିତ୍ୟ ପାଇଁ ସୁପରିଚିତ ଅନୁବାଦକ ବଙ୍ଗାଳୀ ନନ୍ଦଙ୍କୁ ଦଶ ହଜାର ଟଙ୍କାର ଅର୍ଥରାଶି ସହ ‘ଝଙ୍କାର ଅନୁବାଦ ଭାରତୀ’ ପୁରସ୍କାର ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

Comments are closed.