ଚେନ୍ନାଇ: ଆଇପିଏଲ ୨୦୨୫ ମେଗା ନିଲାମରେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ନେବା ପାଇଁ ଚେନ୍ନାଇ ସୁପର କିଙ୍ଗସ ଉଦ୍ୟମ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ନିକଟରେ ଜାରୀ କରାଯାଇଥିବା ରିଟେନଶନ ତାଲିକାରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ରିଲିଜ କରିଥିଲା । ୨୦୧୫ ପର୍ଯ୍ୟନ୍ତ ଅଶ୍ୱୀନ ଚେନ୍ନାଇ ପକ୍ଷରୁ ଖେଳୁଥିଲେ । ଦୀର୍ଘ ଦିନ ପରେ ତାଙ୍କର ଘର ବାହୁଡା ହେବ ବୋଲି ଅନୁମାନ କରାଯାଉଛି । ୨୦୦୯ରେ ସେ ଚେନ୍ନାଇ ପକ୍ଷରୁ ଡେବ୍ୟୁ କରିଥିଲେ । ଏହା ପରେ ପର୍ଯ୍ୟାୟକ୍ରମେ ସେ ରାଇଜିଂ ପୁଣେ ସୁପର ଜ୍ୟାଂଟସ, ପଞ୍ଜାବ କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଛନ୍ତି ।
୨ ମାସ ତଳେ ସେ ଚେନ୍ନାଇ ପକ୍ଷରୁ ଖେଳିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ଏହା ପୂର୍ବରୁ ରିଷଭ ପନ୍ତଙ୍କୁ ମଧ୍ୟ ଚେନ୍ନାଇ ନେବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ରିଟେନଶନ ପରେ ଚେନ୍ନାଇ ନିକଟରେ ଏବେ ୫୫ କୋଟି ବାକି ରହିଛି । ଦଳରେ ଅନ୍ୟ ଖେଳାଳି ନେବାକୁ ଥିବାରୁ ଜଣେ ଖେଳାଳି ପିଛା ୨୫ କୋଟିରୁ ଅଧିକ ନିଲାମ ସେମାନେ ଡାକି ନ ପାରନ୍ତି । ଅଶ୍ୱୀନ ପରୋକ୍ଷରେ ଚେନ୍ନାଇ ପକ୍ଷରୁ ଖେଳି ତାଙ୍କ ଟି୨୦ କ୍ୟାରିୟର ଶେଷ କରିବାକୁ ଚାହୁଁଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।
Comments are closed.