ଦୁବାଇ: ଭାରତର ମହାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଆଇଏଲଟି୨୦ରେ ନିରାଶ ହେବାକୁ ପଡିଛି । ନିଲାମ ପ୍ରକ୍ରିୟାରେ କୌଣସି ଟିମ ତାଙ୍କୁ ନେଇ ନ ଥିଲେ । ତାଙ୍କର ବେସ ପ୍ରାଇସ ୧କୋଟି ୬ ଲକ୍ଷ ଥିଲା । ଦୀନେଶ କାର୍ତିକ ଓ ପୀୟୂଷ ଚାୱାଲା ଏହି ଲିଗର ଅଂଶ ବିଶେଷ ଅଛନ୍ତି । ନିକଟରେ ଆଇପିଏଲ ଏବଂ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିବା ଅଶ୍ୱୀନଙ୍କୁ ନେବା ପାଇଁ କୌଣସି ଫ୍ରାଂଚାଇଜ ଆଗ୍ରହ ପ୍ରକାଶ କରି ନ ଥିଲେ । ୧କୋଟି ୬ଲକ୍ଷ ବେସ ପ୍ରାଇସ ସର୍ବାଧିକ ଥିଲା ।
ଯଦି ତାଙ୍କୁ କୌଣସି ଟିମ ତାଙ୍କୁ ନେଇଥାନ୍ତା ତେବେ ସେ ତୃତୀୟ ଭାରତୀୟ ଭାବେ ଏଥିରେ ସ୍ଥାନ ପାଇଥାନ୍ତେ । ତାଙ୍କ ପୂର୍ବରୁ ଦୀନେଶ କାର୍ତିକ ଶାରାଜା ୱାରିୟର୍ସ ଓ ପୀୟୂଷ ଚାୱଲା ଆବୁ ଧାବି ନାଇଟ ରାଇଡର୍ସ ପକ୍ଷରୁ ଖେଳୁଛନ୍ତି । ଅଶ୍ୱୀନ ସ୍ଥାନ ନ ପାଇବା ପ୍ରଶଂସକଙ୍କୁ ନିରାଶ କରିଛି । ୟୁଏଇର ଏହି ଲିଗ ଏବେ ଦିନକୁ ଦିନ ବେଶ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ।
Comments are closed.