Latest Odisha News

BREAKING NEWS

ଚେନ୍ନାଇ ସୁପର କିଙ୍ଗସ ଛାଡିବେ ଏହି ମହାନ ସ୍ପିନର

ଚେନ୍ନାଇ: ୯ ବର୍ଷ ପରେ ଭାରତୀୟ କ୍ରିକେଟର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆଇପିଏଲ ୨୦୨୫ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ । ମେଗା ନିଲାମରେ ଚେନ୍ନାଇ ତାଙ୍କୁ ୯.୭୫ କୋଟି ଟଙ୍କାରେ କିଣିଥିଲା । ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ଅଶ୍ୱୀନ ଚେନ୍ନାଇ ଟିମର ସଦସ୍ୟ ରହିଥିଲେ । ଏହା ପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ଦୀର୍ଘ ଦିନ ପରେ ସେ ପୂନର୍ବାର ଚେନ୍ନାଇ ପକ୍ଷରୁ ଖେଳିଥିଲେ ମଧ୍ୟ ଏବେ ଏହି ଟିମ ଛାଡିବା ପାଇଁ ନିଷ୍ପତି ନେଇଛନ୍ତି ।

କ୍ରିକବିଜ ରିପୋର୍ଟ ଅନୁସାରେ ଚେନ୍ନାଇ ଏ ନେଇ ଫ୍ରାଚାଇଜଙ୍କୁ ଜଣାଇ ସାରିଛନ୍ତି । ତେବେ ଏହାର କାରଣ କଣ ତାହା ଜଣାପଡି ନାହିଁ । ସେ ସିଏସକେ ଏକାଡେମୀର ଡାଇରେକ୍ଟର ଅଫ ଅପରେନ୍ସ ପଦ ମଧ୍ୟ ଛାଡିବେ । ଆଇପିଏଲ ୨୦୨୫ରେ ଅଶ୍ୱୀନ ୯ଟି ମ୍ୟାଚ ଖେଳି ୭ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ବ୍ୟାଟିଂ ମଧ୍ୟ ଖାସ ଯୋଗଦାନ ଦେଇପାରି ନ ଥିଲେ । ସେ ୩୩ ରନ କରିଥିଲେ । ଚେନ୍ନାଇ ନୈରାଶ୍ୟଜନକ ପ୍ରଦର୍ଶନ କରି ପଂଏଟ ଟେବୁଲର ନିମ୍ନ ଭାଗରେ ରହିଥିଲା ।

Comments are closed.