Latest Odisha News

BREAKING NEWS

୫୦୦ରୁ ୫୦୧ ୱିକେଟ ନେବା ଭିତରେ ବହୁତ କିଛି ଘଟିଗଲା

ରାଜକୋଟ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଅନେକ ଚାପରେ ଥିବା ସତ୍ୱେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପ୍ରଦର୍ଶନ ଦଳରେ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ରାଜକୋଟରେ ସେ ତାଙ୍କ କ୍ୟାରିୟରର ୫୦୦ ୱିକେଟ ପୂର୍ଣ୍ଣ କରିଛନ୍ତି । ଦ୍ୱିତୀୟ ଦିନ ଖେଳ ଶେଷ ହେବା ପରେ ଅଶ୍ୱୀନ ଖବର ପାଇଲେ ତାଙ୍କ ମାଆଙ୍କ ଦେହ ଭଲ ନାହିଁ । ସେ ସେହି ରାତିରେ ମାଡ୍ରାସ ଫେରିବା ସହ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝି ପୁନର୍ବାର ଦଳ ସହିତ ଯୋଗ ଦେଇଥିଲେ । ତୃତୀୟ ଦିବସରେ ସେ ତାଙ୍କର ୫୦୧ ୱିକେଟ ହାସଲ କରିଥିଲେ ।

ଏବେ ତାଙ୍କ ପତ୍ନୀ ପ୍ରୀତି ଏ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି । ସେ ଲେଖିଛନ୍ତି ୫୦୦ ଓ ୫୦୧ ୱିକେଟ ନେବା ଭିତରେ ବହୁତ କିଛି ଘଟିଯାଇଛି । ଏହା ଆମ ଜୀବନର ସବୁଠାରୁ ଲମ୍ବା ୪୮ ଘଂଟା ଥିଲା । ଆପଣଙ୍କ କୀର୍ତିମାନ ପାଇଁ ମୁଁ ନିଜକୁ ଗର୍ବିତ ମନେ କରୁଛି । ୪୯୯ ୱିକେଟ ହାସଲ ବେଳେ ତରବରିଆ ଭାବେ ମିଠା ବାଂଟିଥିଲି । ୫୦୦ ୱିକେଟ କିନ୍ତୁ ନୀରବରେ କଟିଗଲା । ସୂଚନାଯୋଗ୍ୟ, ଅଶ୍ୱୀନଙ୍କ ପାଇଁ ବିସିସିଆଇ ପକ୍ଷରୁ ଚାର୍ଟର୍ଡ ବିମାନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.