ଚେନ୍ନାଇ: ଚଳିତ ଆଇପିଏଲରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ୟୁଟ୍ୟୁବ ଚ୍ୟାନେଲ ଚେନ୍ନାଇ ସୁପର କିଙ୍ଗସର ବାକି ମ୍ୟାଚ କଭର କରିବ ନାହିଁ ବୋଲି ନିଷ୍ପତି ନେଇଛି । ତାଙ୍କ ଚ୍ୟାନେଲ ମଜାଳିଆ ଢ଼ଙ୍ଗରେ କ୍ରିକେଟ ଆନାଲିସିସ କରିଥାଏ । ତେବେ ଗତ ମ୍ୟାଚରେ ନୂର ଅହମ୍ମଦଙ୍କୁ ଖେଳାଯିବା ଆବଶ୍ୟକ ନ ଥିଲା ବୋଲି ବିଶ୍ଲେଷକ ପ୍ରସନ୍ନା ଅଗୋରାମ ଯୁକ୍ତି ବାଢ଼ିଥିଲେ । ତେବେ ତାଙ୍କର ଏହି ଆଲୋଚନାକୁ ପ୍ରଶଂସକମାନେ ପସନ୍ଦ କରି ନ ଥିଲେ । ଶେଷରେ ଅଶ୍ୱୀନ ଉପରୋକ୍ତ ନିଷ୍ପତି ନେଇଥିଲେ । ପ୍ରସନ୍ନା ତାଙ୍କ ବିଶ୍ଲେଷଣରେ ଉଲ୍ଲେଖ କରିଥିଲେ ଯେ, ଦଳରେ ଅଶ୍ୱୀନ ଓ ରବୀନ୍ଦ୍ର ଜାଡେଜାଙ୍କ ପରି ସ୍ପିନର ଥିଲେ । ନୂର ଅହମ୍ମଦଙ୍କୁ ତୃତୀୟ ସ୍ପିନର ଭାବେ ଖେଳାଯିବା ଅପେକ୍ଷା ଅତିରିକ୍ତ ବ୍ୟାଟ୍ସମ୍ୟାନ ଦଳକୁ ଫାଇଦାରେ ରଖିଥାନ୍ତା ।
ବିବାଦ ବଢ଼ିବା ପରେ ଚ୍ୟାନେଲ ସ୍ପଷ୍ଟ କରିଥିଲା ଯେ, ଯଦି ଆମ ଚ୍ୟାନେଲରେ କୌଣସି ଗେଷ୍ଟ ଦ୍ୱାରା କିଛି ବିଶ୍ଲେଷଣ କରାଯାଉଛି ସେ ନେଇ ପ୍ରତିକ୍ରିୟା ବ୍ୟକ୍ତ କରିବା ଉଚିତ ନୁହେଁ । ଏହାକୁ ଅଶ୍ୱୀନଙ୍କ ବ୍ୟକ୍ତିଗତ ରାୟ ଭାବେ ଉପସ୍ଥାପନ କରିବା ଠିକ ନୁହେଁ । ଆମେ ଆଗକୁ ଚେନ୍ନାଇର ଅନ୍ୟ ମ୍ୟାଚ କଭର କରିବୁ ନାହିଁ । ଚଳିତ ଆଇପିଏଲରେ ଚେନ୍ନାଇର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ରହି ନାହିଁ । ଦଳ ୪ଟି ମ୍ୟାଚରେ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂକୁ ମଧ୍ୟ ସମାଲୋଚନା କରାଯାଉଛି ।
Comments are closed.