କଟକ: ଭିଜିଲାନ୍ସ ପଞ୍ଝାରେ ଏଏସଆଇ । କଟକ ଭିଜିଲାନ୍ସ ଜାଲରେ ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ବିଭାଗ ଏଏସଆଇ ସୁଦୀପ୍ତ ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ଚଢାଉ ବେଳେ ଦୁଇଟି ବିଲ୍ଡିଂ, ୬ଟି ପ୍ଲଟ୍, ୧.୩୫ ଲକ୍ଷ ଟଙ୍କା , ପାଖାପାଖି ୩୦୦ ଗ୍ରାମର ସୁନାଗହଣା ଜବତ ହୋଇଛି । କିଛି ସମ୍ପତ୍ତି ଶ୍ରୀ ଦାସଙ୍କ ନାଁରେ ଥିବାବେଳେ ଆଉ କିଛି ସମ୍ପତ୍ତି ତା ପରିବାର ଲୋକଙ୍କ ନାଁ ଥିବା ଜଣାପଡିଛି ।
ନୟାଗଡରେ ୩ ହଜାର ବର୍ଗଫୁଟ ଜାଗାରେ ଥିବା ଦୁଇଟି ପ୍ଲଟ ଠାବ ହୋଇଛି । ନୟାଗଡ ଓଲ୍ଡ ଟାଉନରୁ ବି ଦୁଇଟି ପ୍ଲଟ ଠାବ କରାଯାଇଛି । ଆହୁରି ମଧ୍ୟ ନୟାଗଡରୁ ଟାଉନ ଏବଂ ବାହାରେ ୬ଟି ପ୍ଲଟ ଠାବ ହୋଇଛି । ନୟାଗଡ ମୌଜା ଚହଲିରୁ ୩ଟି , ମୌଜା ଜଗନ୍ନାଥପୁରରୁ ୨ଟି ପ୍ଲଟ ଠାବ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ନଗଦ ୧ ଲକ୍ଷ ୩୫ ହଜାର ୫୨୦ ଟଙ୍କା , ଏକ ମହିନ୍ଦ୍ରା ବୋଲେରୋ ଗାଡି , ଏବଂ ୩ଟି ଦୁଇ ଚକିଆ ଗାଡି, ବ୍ୟାଙ୍କରେ ଜମା ଟଙ୍କା ଏବଂ ଇନସ୍ୟୁରାନ୍ସ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୪ଜଣ ଡିଏସପି, ୬ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ରହିଥିଲେ ।
Comments are closed.