Latest Odisha News

BREAKING NEWS

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇର ଚିଠି

ଭୁବନେଶ୍ୱର: ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଧୀକ୍ଷକ (ଏସଏସଆଇ) ସୋମବାର ପୁରୀର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ କରିବାକୁ କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇ ଚିଠି ଲେଖି ରତ୍ନ ଭଣ୍ଡାର ଭିତର ଯାଞ୍ଚ କରିବାକୁ କହିଛନ୍ତି । ସେହିପରି ଆଉ ଏକ ଚିଠି ରାଜ୍ୟ ଆଇନ ବିଭାଗ ଏବଂ ଏଏସଆଇ ଡିଜିଙ୍କୁ ମଧ୍ୟ ପଠାଯାଇଛି।

ସୂଚନାଯୋଗ୍ୟ ଯେ ମାର୍ଚ୍ଚ 22, 2018 ରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ 4ରେ ରତ୍ନ ଭଣ୍ଡାର ଖୋଲିବାକୁ କୁହାଯାଇଥିଲା। ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ଚାବି ହଜିଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଥିଲେ। ତେଣୁ ଏହା ଖୋଲାଯାଇ ପାରିନଥିଲା। କିନ୍ତୁ ବାହାର ସ୍ଥିତି ଅନୁଧ୍ୟାନ କରି ସଂପୃକ୍ତ ଟିମ୍ କହିଥିଲା ଭିତର ସ୍ଥିତି ଦୁର୍ବଳ ରହିଛି ଏହାର ମରାମତା ଆବଶ୍ୟକ । ଏବେ ରାଜ୍ୟ ସରକାର ଏଏସଆଇ ଚିଠି ପରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।

ଏହାପୂର୍ବରୁ ଜୁଲାଇ 6ରେ ପୁରୀ ରାଜା ଗଜପତି ମହାରାଜା ଦିବ୍ୟାସିଂହ ଦେବ ରତ୍ନ ଭଣ୍ଡାରକୁ ଯଥାଶୀଘ୍ର ଖୋଲିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାର ଅବସ୍ଥା ଭଲ ନ ଥିବାରୁ ସେ ରତ୍ନ ଭଣ୍ଡାରର ଶୀଘ୍ର ମରାମତି ପାଇଁ ଦାବି ମଧ୍ୟ କରିଥିଲେ। ପୂର୍ବରୁ 1978 ଏବଂ 1982 ରେ ରତ୍ନ ଭଣ୍ଡାର ଖୋଲା ଯାଇଥିଲା।

Leave A Reply

Your email address will not be published.