Latest Odisha News

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ୍ ବାବୁ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ୍ ବାବୁ । ଲାଞ୍ଚ ନେଲା ବେଳେ କୋଟଗଡ଼ ଥାନା ଏଏସଆଇ ରଜନୀକାନ୍ତ ଦାସଙ୍କୁ ମାଡି ବସିଲା ଭିଜିଲାନ୍ସ। ଏକ ମାମଲାର ରଫାଦଫା କରିବାକୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏଏସଆଇ ରଜନୀକାନ୍ତ ।

ସୂଚନା ଅନୁସାରେ, କୋଟଗଡ଼ ଥାନା ଅଞ୍ଚଳରେ ହୋଇଥିବା ଏକ ଗଣ୍ଡଗୋଳ ଘଟଣାକୁ ନେଇ ପଞ୍ଜିକୃତ ହୋଇଥିବା ମାମଲାର ତଦନ୍ତ ଅଧିକାରୀ ଥିଲେ ଏଏସଆଇ ରଜନୀକାନ୍ତ ଦାସ । ଏହି ମାମଲାକୁ ରଫାଦଫା କରିବା ପାଇଁ ଉକ୍ତ ବ୍ୟକ୍ତିଙ୍କୁ କୋଟଗଡ଼ ଥାନା ଏଏସଆଇ ରଜନୀକାନ୍ତ ଦାସ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ । ପୁର୍ବ ଯୋଜନା ମୁତାବକ ଆଜି ଅଭିଯୋଗକାରୀ ଏଏସଆଇ ରଜନୀକାନ୍ତଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଏଏସଆଇଙ୍କୁ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଶ୍ରୀ ଦାସଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

 

Comments are closed.