Latest Odisha News

ଶ୍ରୀମନ୍ଦିର ସୁରକ୍ଷିତ ଅଛି, ମରାମତି କାମ ମଧ୍ୟ ଠିକଭାବେ ଚାଲିଛି- ଆଶ୍ୱସ୍ତି ପ୍ରକାଶ କଲେ ଏଏସଆଇ ଅଧିକାରୀ

ପୁରୀ:ଶ୍ରୀମନ୍ଦିର ସୁରକ୍ଷିତ ଅଛି । ସମସ୍ତ ମରାମତି କାମ ମଧ୍ୟ ଠିକଭାବେ ଚାଲିଛି । କାମ ନେଇ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ଏଏସଆଇ ଅଧିକାରୀ ।ଶ୍ରୀମନ୍ଦିର ନାଟମଣ୍ଡପ ଦୁର୍ବଳତାକୁ ନେଇ ଅମିକଶ କ୍ୱରୀଙ୍କ ସତ୍ୟପାଠ ହାଇକୋର୍ଟରେ ଦାଖଲ ପରେ ଆଜି ଶ୍ରୀମନ୍ଦିର ଯାଞ୍ଚ କରାଯାଇଛି ।  ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଏଏସଆଇ ଅଧିକାରୀ ମିଳିତ ଭାବେ ଏହି ଯାଞ୍ଚ କରିଛନ୍ତି । ଏଏସଆଇର  ଡାଇରେକ୍ଟର କଂଜରଭେସନ, ସୁପରିଟେଣ୍ଡଟ୍ ଆରକୋଲୋଜିଷ୍ଟି  ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ  ଶ୍ରୀମନ୍ଦିରର ନାଟମଣ୍ଡପ,ଉତ୍ତରଦ୍ୱାରରେ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ରାମ୍ପର ବ୍ୟବସ୍ଥା, ପାର୍ଶ୍ଵ ଦେବାଦେବୀ ମନ୍ଦିର, କୁରୁମ ବେଢା ଓ ଶ୍ରୀମନ୍ଦିର ଭିତର ଗୁମୁଟକୁ ଯାଞ୍ଚ କରିଛନ୍ତି।

ସବୁ ବୁଲି ସ୍ଥିତି ପରଖିବା ପରେ ମରାମତି କାର୍ଯ୍ୟକୁ ସୀମିତ ସମୟ ମଧ୍ୟରେ ଶେଷ କରିବା ଲାଗି ନିଷ୍ପତି ନିଆଯାଇଥିଲା । ନାଟମଣ୍ଡପ ଵିମର ମରାମତି ଡିଜାଇନ ସ୍ୱତନ୍ତ୍ର ଭବେ କରାଯିବା ସହ କାର୍ତ୍ତିକମାସ ପରେ ଦିବ୍ୟାଙ୍ଗଙ୍କ ଲାଗି ଉତ୍ତରଦ୍ୱାରରେ ସ୍ୱତନ୍ତ୍ର ରାମ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ l ଶ୍ରୀମନ୍ଦିର ବେଢାରେ ଥିବା ଫୁଲଘରର ଉନ୍ନତୀକରଣ କରାଯିବ  ।

ତେବେ  ରତ୍ନଭଣ୍ଡାର ମରାମତି କେବେ କରାଯିବ ସେ କିଛି କହିନାହାନ୍ତି ଏଏସଆଇ ଅଧିକାରୀ  । ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶକୁ ଅପେକ୍ଷା କରାଯାଇଛି । ନିର୍ଦ୍ଦେଶ ଆସିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଏଏସଆଇ ସୁପରିଟେଣ୍ଡେଟ୍ କହିଛନ୍ତି।

 

Comments are closed.