Latest Odisha News

ଆଜିଠୁ ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ

ପୁରୀ: ଆଜିଠୁ ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ୩ଦିନ ଧରି ହେବ ସର୍ଭେ କାର୍ଯ୍ୟ l ଦିନ ୨ଟା ରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ କାର୍ଯ୍ୟ କରାଯିବ l ଆଜିର ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ ଟା ଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ l

ଆସନ୍ତା ସେପଟେମ୍ବର ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅନୁରୋଧ କରିବା ପରେ ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଆଜି ଠାରୁ ପୁଣିଥରେ ସର୍ଭେ ପାଇଁ ତାରିଖ ସ୍ଥିର ହୋଇଛି l ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହା କରାଯିବ । ଆଜିର ସର୍ବେକ୍ଷଣରେ ଏଏସଆଇର ବୈଷୟିକ ଟିମ୍ ସହ ସିଏସଆଇଆର ଓ ଏନଜିଆରଆଇର ନିର୍ଦେଶକ ଡ. ପ୍ରକାଶ କୁମାର ସାମିଲ ହୋଇଛନ୍ତି l

ସୂଚନାଯୋଗ୍ୟ ଯେ, ଗତ ସେପଟେମ୍ବର ୧୮ ତାରିଖ ଦିନ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାମ ହୋଇଥିଲା । ସେହି ଦିନ ସର୍ଭେ ସମୟରେ ଏଏସଆଇର ବୈଷୟିକ ଟିମର ମୁଖ୍ୟ ଏବଂ ସିଏସଆଇଆର-ଏନଜିଆରଆରର ଟିମ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ମତ ଦେଇଥିଲେ । ଅନ୍ୟାନ ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ସର୍ଭେ କରିବା ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ । ତେଣୂ ଆସନ୍ତା ସେପଟେମ୍ବର ୨୪ ତାରିଖ ଠାରୁ ଦଶହରା ସମ୍ପର୍କିତ ନୀତିକାନ୍ତି ଆରମ୍ଭ ହେବା ପୂର୍ବରୁ ଯଥାଶୀଘ୍ର ଏହି ବାକି ଥିବା ସର୍ଭେ ଶେଷ କରି ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିଜ ପତ୍ରରେ ଗୁରୁତ୍ବରୋପ କରିଥିଲେ l

 

Leave A Reply

Your email address will not be published.