Latest Odisha News

BREAKING NEWS

ଏସିଆ କପ କ୍ରିକେଟ ନେଇ ଏବେ ବି ରହିଛି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫କୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ଭାରତରେ ଏହି ଟୁର୍ଣ୍ଣାମେଂଟର ଆୟୋଜକ ରହିଛି । କ୍ରିକବିଜ ରିପୋର୍ଟ ଅନୁସାରେ ଏସିଆ କପ ସେପ୍ଟମ୍ବର ୧୦ରୁ ଆରମ୍ଭ ହେବା ସମ୍ଭାବନା ରହିଛି । ଅବଶ୍ୟ ଏସିସି ଏ ନେଇ କୌଣସି ବୟାନ ଜାରୀ କରି ନାହିଁ । ପାକିସ୍ତାନ ତାର ସମସ୍ତ ମ୍ୟାଚ ହାଇବ୍ରିଡ ମଡେଲ ଅନୁସାରେ ଭାରତ ବାହାରେ ଖେଳିବ । ୟୁଏଇକୁ ନ୍ୟୁଟ୍ରାଲ ଭେନ୍ୟୁ ଭାବେ ଚୟନ କରାଯିବା ସମ୍ଭାବନା ଅଧିକ ରହିଛି । ଫେବୃୟାରୀ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନକୁ ଯିବା ପାଇଁ ମନା କରି ଦେଇଥିଲା । ଭାରତ ତାର ସମସ୍ତ ମ୍ୟାଚ ୟୁଏଇରେ ଖେଳାଯିବ । ପାକିସ୍ତାନ ମଧ୍ୟ ଭାରତରେ ଖେଳିବ ନାହିଁ ବୋଲି ଏବେ ଜିଦ ଧରିଛି ।

ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯିବ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ୟୁଏଇ ଟିମ ଅଂଶଗ୍ରହଣ କରିବେ । ଏସିସି ଆସନ୍ତା ସପ୍ତାହରେ କାର୍ଯ୍ୟସୂଚୀ ଘୋଷଣା କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ୧୯୮୪ରୁ ଏସିଆ କପ ଆରମ୍ଭ ହୋଇଛି । ଓଭରାଲ ୧୬ ଥର ଏହି ଟୁର୍ଣ୍ଣାମେଂଟ ଖେଳା ଯାଇଥିବା ବେଳେ ଭାରତ ସର୍ବାଧିକ ୮ ଥର ବିଜେତା ହୋଇଛି ।

Comments are closed.