Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ ପୂର୍ବରୁ ଖେଳାଯିବ ଏସିଆ କପ କ୍ରିକେଟ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ପୂନର୍ବାର ଆରମ୍ଭ ହେବାକୁ ଯାଉଛି । ୨୦୨୭ ଦିିନିକିଆ ବିଶ୍ୱକପ ପୂର୍ବରୁ ଆଇସିସି ୫୦ ଓଭର ଫର୍ମାଟରେ ପୂନର୍ବାର ଏସିଆ କପକୁ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏସିଆନ କ୍ରିକେଟ କାଉନ୍ସିଲ ପକ୍ଷରୁ ଏ ନେଇ ଅବଶ୍ୟ କୌଣସି ବୟାନ ଜାରୀ କରାଯାଇ ନାିଁ । ଆସନ୍ତା ବର୍ଷ ଶେଷ ଭାଗରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ବିଶ୍ୱକପ ଖେଳାଯିବ । ଜୁନରୁ ଜୁଲାଇ ମଧ୍ୟରେ ଏସିଆ କପ ଆୟୋଜନ କରାଯିବା ଏକପ୍ରକାର ଚୂଡାନ୍ତ ହୋଇଛି । କେବଳ ଅଫିସିିଆଲ ଘୋଷଣା ବାକି ରହିଛି ।

ବାଂଲାଦେଶରେ ଏହାର ଆୟୋଜକ ହୋଇପାରେ । ଯଦି ଏହା ହୁଏ ତେବେ ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଏଥିରେ ଖେଳିବା ସମ୍ଭାବନା ରହିଛି । ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଉଭୟ ଅବସର ଘୋଷଣା କରି ସାରିଛନ୍ତିି । ପ୍ରଶଂସକମାନେ ପୂନର୍ବାର ଭାରତ ଓ ପାକିସ୍ତାନ ମୁକାବିଲା ଉପଭୋଗ କରିବା ସୁଯୋଗ ପାଇ ପାରନ୍ତି । ଏସିଆନ କ୍ରିକେଟ କାଉନ୍ସିଲ ସହ ଆଲୋଚନା କରିବା ପରେ ଆଇସିସି ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନେବ ।

Leave A Reply

Your email address will not be published.