ନୂଆଦିଲ୍ଲୀ: ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଇଏସପିଏନ ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ ନୂତନ କାର୍ଯ୍ୟସୂଚୀ ଏସିସିକୁ ପଠେଇ ଦେଇଛି । ରିପୋର୍ଟ ଅନୁସାରେ ଶ୍ରୀଲଙ୍କାର କାଣ୍ଡିରେ ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ୩୦ ଅଗଷ୍ଟରେ ପାକିସ୍ତାନ ଓ ନେପାଳ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ୧୭ ଡିସେମ୍ବରେ କାଣ୍ଡିରେ ଫାଇନାଲ ହେବ । ଦିନିକିଆ ଏସିଆ କପ କ୍ରିକେଟରେ ୬ଟି ଟିମ ଅଂଶଗ୍ରହଣ କରିବେ । ନେପାଳ ଓ ପାକିସ୍ତାନ ସହ ଭାରତ ଗ୍ରୁପ ଏରେ ସ୍ଥାନ ପାଇଛି ।
ଗ୍ରୁପ ବିରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି । ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ୩ଥର ମୁକାବିଲା ହୋଇପାରେ । ଉଭୟ ଟିମ ସୁପର ୪ ଷ୍ଟେଜକୁ ଉନ୍ନୀତ ହେଲେ ୧୦ ସେପ୍ଟମ୍ବରେ ପରସ୍ପରକୁ ଭେଟିବେ । ସେହିପରି ଏହି ଦୁଇ ଟିମ ଫାଇନାଲରେ ଭେଟିବା ସମ୍ଭାବନା ମଧ୍ୟ ରହିଛି । ଟୁର୍ଣ୍ଣାମେଂଟରେ ୪ଟି ମ୍ୟାଚ ପାକିସ୍ତାନରେ ୯ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ । ପିସିବି, ଶ୍ରୀଲଙ୍କା ବୋର୍ଡ ଏ ନେଇ ଆଲୋଚନା କରିବା ପରେ ଏସିସିକୁ କାର୍ଯ୍ୟସୂଚୀ ଚୂଡାନ୍ତ କରିବା ପାଇଁ କହିପାରନ୍ତି ।
Comments are closed.