Latest Odisha News

BREAKING NEWS

ଏସିଆ କପ ସୁପର ୪: ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇଲା ପାକିସ୍ତାନ

ଲାହୋର: ଚଳିତ ଏସିଆ କପ କ୍ରିକେଟର ପ୍ରଥମ ସୁପର ୪ ମୁକାବିଲାରେ ଆୟୋଜକ ପାକିସ୍ତାନ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୩୮.୪ ଓଭରରେ ୧୯୩ ରନ କରିଥିଲା । ଶକିବ ଉଲ ହାସନ ୫୩ ଓ ମୁସଫିକର ରହିମ ୬୪ ରନ କରିବା ଯୋଗୁ ବାଂଲାଦେଶ ଏକ ଆଭରେଜ ସ୍କୋର କରିବାରେ ସଫଳ ହୋଇଥିଲା । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ପାକିସ୍ତାନ ପେସ ବୋଲରଙ୍କ ଉଚିତ ମୁକାବିଲା କରିପାରି ନଥିଲେ । ହରିସ ରୌଫ ୪ଟି ଓ ନସୀମ ଶାହ ୩ଟି ୱିକେଟ ଅକ୍ତିଆର କରିଥିଲେ ।

BjdElectrycity

୧୯୪ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୩୯.୩ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଇମାମ ଉଲ ହକ ୭୮ ଓ ମହମ୍ମଦ ରିଜୱାନ ୬୩ ରନର ଇନିଂସ ଖେଳିଥିଲେ । ବାବର ଆଜମ ୧୭ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ ।

Leave A Reply

Your email address will not be published.