Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇ ଅପରାଜେୟ ଭାବେ ସେମିରେ ପ୍ରବେଶ କଲା ଭାରତ

ହୁଲୁନବୁଇର: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ କ୍ରମାଗତ ୫ମ ବିଜୟ ସହ ଅପରାଜେୟ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନର ଏହା ପ୍ରଥମ ପରାଜୟ । ୮ମ ମିନିଟରେ ଅହମ୍ମଦ ନଦୀମ ଗୋଲ ସ୍କୋର କରି ପାକିସ୍ତାନକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଏହା ପରେ ଭାରତ ସତର୍କତାର ସହ ଖେଳିଥିଲା । ଅଧିନାୟକ ହରମନପ୍ରୀତ ସିଂ ୧୩ତମ ଓ ୧୯ତମ ମିନିଟରେ ୨ଟି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତ ୨-୧ରେ ଅଗ୍ରଣୀ କରାଇଥିଲେ । ପାକିସ୍ତାନ ମ୍ୟାଚକୁ ବରାବର କରିବା ପାଇଁ ଯଥ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା । ଉଭୟ ଭାରତ ଏବଂ ପାକିସ୍ତାନ ଏହି ମ୍ୟାଚ ପୂର୍ବରୁ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିସାରିଥିଲେ ।

୨୦୧୬ ପରଠାରୁ ପାକିସ୍ତାନ ଉପରେ ଭାରତର ପ୍ରଭୂତ୍ୱ ଜାରୀ ରହିଛି । ଭାରତ ୧୦ଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ପାକିସ୍ତାନ ୨ଟିରେ ଜିତିଛି । ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ମାଲେସିଆ ଓ କୋରିଆ ମ୍ୟାଚ ୩-୩ରେ ଡ୍ର ରହିଛି । ୬ଟି ଟିମକୁ ନେଇ ରାଉଣ୍ଡ ରବିନ ଲିଗ ମାଧ୍ୟମରେ ଏହି ମୁକାବିଲା ଖେଳାଯାଉଛି ।

Comments are closed.