Latest Odisha News

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚୀନ ବିପକ୍ଷରେ ଭାରତର ସହଜ ବିଜୟ

ବେଜିଂ: ଚୀନରେ ଆୟୋଜିତ ହେଉଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତ ୩-୦ ଗୋଲରେ ଆୟୋଜକ ଦେଶକୁ ପରାସ୍ତ କରିଛି । ଭାରତ ସୋମବାର ଜାପାନକୁ ଭେଟିବ । ଚାମ୍ପିୟନ ଟିମ ଇଣ୍ଡିଆ ପକ୍ଷରୁ ସୁଖଜିତ ସିଂ, ଉତମ ସିଂ ଓ ଅଭିଷେକ ଗୋଲ ସ୍କୋର କରିଥିଲେ । ପ୍ରଥମ କ୍ୱାର୍ଟରର ୧୪ତମ ମିନିଟରେ ସୁଖଜିତ ଭାରତର ଖାତା ଖୋଲିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଉତମ ସିଂ ୨୭ତମ ମିନିଟରେ ଭାରତକୁ ୨-୦ରେ ଅଗ୍ରଣୀ କରାଇ ମଜଭୁତ ସ୍ଥିତିରେ ପଂହଚାଇଥିଲେ ।

୩୨ ତମ ମିନିଟରେ ଅଭିଷେକ ଭାରତ ପକ୍ଷରୁ ତୃତୀୟ ଗୋଲଟି କରିଥିଲେ । ଭାରତ ସମେତ ଏହି ଚାମ୍ପିୟନଶିପରେ ଚୀନ, କୋରିଆ, ଜାପାନ, ମାଲେସିଆ ଓ ପାକିସ୍ତାନ ଅଂଶଗ୍ରହଣ କରିଛନ୍ତି । ସେପ୍ଟମ୍ବର ୧୪ରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ଟୁର୍ଣ୍ଣାମେଂଟର ଫାଇନାଲ ୧୭ରେ ଖେଳାଯିବ । ଭାରତ ୪ଥର ଏବଂ ପାକିସ୍ତାନ ୩ ଥର ଏହି ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି ।

Comments are closed.