Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ମହିଳା ହକିରେ ଇଣ୍ଡୋନେସିଆକୁ ଭାରତ ଦେଲା ୮ଟି ଗୋଲ୍ !

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ‘ଏସୀୟ କ୍ରୀଡ଼ା’ କ୍ରୀଡ଼ା ପ୍ରତିଯୋଗିତାର ମହିଳା ହକିରେ ଭାରତ ଆୟୋଜକ ଇଣ୍ଡୋନେସିଆକୁ ୮-୦ ଗୋଲରେ ପରାସ୍ତ କରି ତା’ର ବିଜୟ ଅଭିଯାନ ଆରମ୍ଭ କରିଛି ।

ସ୍ୱର୍ଣ୍ଣପଦକ ଆଶାୟୀ ଭାରତୀୟ ମହିଳା ଦଳ ଆରମ୍ଭରୁ ହିଁ ଆୟୋଜକ ଇଣ୍ଡୋନେସିଆ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା । ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳୁଥିଲେ ମଧ୍ୟ ବିପକ୍ଷ ଦଳକୁ ସବୁ କ୍ଷେତ୍ରରେ ପରାସ୍ତ କରି ଏହି ୧ମ ମ୍ୟାଚ୍ ରେ ବିଜୟ ହାସଲ କରିଛି ଭାରତୀୟ ମହିଳା ହକି ଦଳ ।

ଭାରତୀୟ ଦଳର ପ୍ରବୀଣ ଫରୱାର୍ଡ଼ ଖେଳାଳି ଗୁରଜିତ ୩ଟି ଗୋଲ୍ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ । ଗୁରଜିତ ଖେଳର ୧୫ ମିନିଟ, ୨୧ ମିନିଟ ଏବଂ ୫୭ ମିନିଟରେ ତିନି ତିନିଟି ଗୋଲ୍ ସ୍କୋର କରି ପ୍ଲେୟାର ଅଫ ମ୍ୟାଚ୍ ଆଖ୍ୟା ଅର୍ଜନ କରିଛନ୍ତି ।

ସେହିପରି ଉଦିତା ଖେଳର ୬ ମିନିଟରେ ଏକ ଚମତକାର ଗୋଲ ଦେଇଥିଲେ । ସେହିପରି ୧୩ ଓ ୧୮ ମିନିଟରେ ବନ୍ଦନା ୨ଟି ଗୋଲ୍, ନବନୀତ ୨୪ ଓ ୫୦ ମିନିଟରେ ଦୁଇଟି ଗୋଲ ସ୍କୋର କରିଥିଲେ ।

ଭାରତ ଏହି ମ୍ୟାଚକୁ ୮-୦ ଗୋଲରେ ଜିତିପାରି ଆଗାମୀ ମ୍ୟାଚ ଗୁଡ଼ିକ ଲାଗି ନିଜର ମନୋବଳ ବୃଦ୍ଧି କରିପାରିଛି ।

ଭାରତୀୟ ଦଳ ଲାଗି ଯେଉଁମାନେ ଖେଳୁଥିଲେ ସେମାନେ ହେଲେ, ଗୋଲକିପର ସବିତା, ଗୁରଜିତ କୌର, ଅଧିନାୟିକା ରାଣୀ ରାମପାଲ, ଓଡ଼ିଶାର ୪ଜଣ ଖେଳାଳି ନମିତା ଟପ୍ପୋ, ସୁନିତା ଲାକ୍ରା, ଦୀପ୍ ଗ୍ରେସ ଏକ୍କା ଏବଂ ଲିଲିମା ମିଞ୍ଜ, ଲାଲରେମସିଆମି, ନବନୀତ କୌର, ବନ୍ଦନା କାଟାରିଆ, ମୋନିକା ଏବଂ ନିକିତା ପ୍ରଧାନ ଓ ରୀନା ଖୋକର ।

Leave A Reply

Your email address will not be published.