Latest Odisha News

BREAKING NEWS

୩ରେ ପହଞ୍ଚିଲା ଭାରତର ସ୍ଵର୍ଣ୍ଣ ପଦକ ଯାତ୍ରା, ଅଶ୍ଵ ଚାଳନାରେ ଭାରତ ହାତେଇଲା ଆଉ ଏକ ସ୍ଵର୍ଣ୍ଣ

ନୂଆଦିଲ୍ଲୀ: ଚୀନ୍‌ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ତୃତୀୟ ଦିବସରେ ଇତିହାସ ରଚିଲା ଭାରତ । ୩ରେ ପହଞ୍ଚିଲା ଭାରତର ସ୍ଵର୍ଣ୍ଣ ପଦକ ଯାତ୍ରା । ଅଶ୍ଵ ଚାଳନାରେ ଭାରତ ହାତେଇଲା ଆଉ ଏକ ସ୍ଵର୍ଣ୍ଣ ପଦକ । ଅଶ୍ଵ ଚାଳନାରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଛି ଭାରତ । ବିଗତ ପ୍ରାୟ ୪୧ ବର୍ଷ ପରେ ଅଶ୍ଵ ଚାଳନାରେ ଭାରତ ସ୍ଵର୍ଣ୍ଣ ପଦକ ହାସଲ କରିଛି । ସୁଦୀପ୍ତି ହାଜେଲା, ଦିବ୍ୟକ୍ତି ସିଂ, ହ୍ରିଦୟ ଛେଡା, ଅନୁଶ ଅଗ୍ରୱାଲଙ୍କୁ ଏହ ସଫଳତା ମିଳିଛି ।

ଗତକାଲି ଭାରତ ଏସିଆନ ଗେମ୍ସର ଦ୍ୱିତୀୟ ଦିବସରେ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ୧୦ ମିଟର ଏୟାର ରାଇଫଲ୍ସ ଟିମ ଇଭେଂଟରେ ଦିବ୍ୟଂଶ ସିଂ ପନୱର, ରୂଦ୍ରାକ୍ଷ ପାଟିଲ ଓ ଐଶ୍ଚର୍ଯ୍ୟ ପ୍ରତାପ ସିଂ ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ମହିଳା କ୍ରିକେଟ ଟିମ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ହାସଲ କରିଛନ୍ତି । ଆଜି ପାଇଥିବା ସ୍ଵର୍ଣ୍ଣ ପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏଯାବତ୍ ୩ଟି ସ୍ଵର୍ଣ୍ଣ, ୪ଟି ରୋପ୍ୟ ଏବଂ ୭ଟି ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ସେପ୍ଟେମ୍ବର ୨୩ରେ ଆରମ୍ଭ ହୋଇଥିବା ଏସିଆନ୍ ଗେମ୍ସ ଅକ୍ଟୋବର ୮ରେ ସରିବ ।

Comments are closed.