Latest Odisha News

BREAKING NEWS

କିଏ କାମିୟା ଜାନିଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମିତି ଦେଲା?: କଂଗ୍ରେସ

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରରେ ବ୍ଲଗର କାମିୟା ଜାନିଙ୍କୁ ପ୍ରବେଶ ଅନୁମତି କିଏ ଦେଲେ । ଫାଇଭ ଟି ଅଧ୍ୟକ୍ଷ ତଥା ବିଜେଡି ନେତା ପାଣ୍ଡିଆନ କାହା ଅନୁମତିରେ ଶ୍ରୀମନ୍ଦିର ଭିତରକୁ ସଂପୃକ୍ତ ମହିଳାଙ୍କୁ ନେଇ ଯାଇଥିଲେ, ଏଭଳି ପ୍ରଶ୍ନ କର ଶନିବାର ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକଙ୍କୁ ଘେରିଛି କଂଗ୍ରେସ। ଦଳ ଦାବି କରିଛି ଯେ ବ୍ଲଗର ଜଣଙ୍କ ଗୋମାଂସ ଖାଉଥିବା ବ୍ୟକ୍ତି ହୋଇଥିଲେ ସୁଦ୍ଧା ଶ୍ରୀମନ୍ଦିର ଭିତରେ କେମିତି ପ୍ରବେଶ କଲେ ତାର ଜବାବ ଲୋଡିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜବାବ ଲୋଡିଛି କଂଗ୍ରେସ। ଏପରିକି ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋ୍ଲି ଦଳ ଦାବି କରିଛି।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଏହି ଘଟଣା ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି।

ମହାପ୍ରସାଦର ପ୍ରଚାର ପାଇଁ ଜଣେ ବିବାଦୀୟ ମହିଳାଙ୍କୁ କାହିଁକି ଡକାଗଲା ? ମହାପ୍ରସାଦର ପ୍ରଚାର ପାଇଁ ଏଭଳି ଜଣେ ବ୍ଲଗରର ଆବଶ୍ୟକତା ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଭଳି କାମ କରାଯାଇଛି ତେବେ ଏହା ନିନ୍ଦନୀୟ।

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରକୁ ଯିବାକୁ ଓଡ଼ିଶା ସରକାର ଅନୁମତି ଦେଇଥିବାରୁ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ସମାଲୋଚନା କରିଛନ୍ତି।

Comments are closed.