Latest Odisha News

BREAKING NEWS

ବିଜେପି ନେତାଙ୍କ ସହ ପରିବାର ସଦସ୍ୟଙ୍କୁ ଗୁଳିକରି ହତ୍ୟାକଲେ ଦୁର୍ବୁତ୍ତ

ଜଲଗାଁ: ଆଗକୁ ମହାରାଷ୍ଟ୍ରରେ ନିର୍ବାଚନ ଥିବାବେଳେ, ରବିବାର ବିଳମ୍ବିତ ରାତିରେ ଜଲଗାଁ ଠାରେ ବିଜେପି କର୍ପୋରେଟର ରବୀନ୍ଦ୍ର ଖରାଟ ଏବଂ ତାଙ୍କ ପରିବାରର ତିନି ଜଣଙ୍କୁ କିଛି ଦୁର୍ବୁତ୍ତ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ହତ୍ୟାକାରୀ ବିଜେପି ନେତାଙ୍କ ସାଙ୍ଗର ପୁଅକୁ ହତ୍ୟା କରିବା ପରେ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ।

ପୋଲିସର କହିବା ଅନୁଯାୟୀ, ଆକ୍ରମଣକାରୀ କର୍ପୋରେଟରଙ୍କ ଘରେ ପ୍ରବେଶ କରି ଏକ ଦେଶୀ ପିସ୍ତଲରୁ ଗୁଳିଚାଳନ କରିଥିଲେ । ଯେଉଁଥିରେ କର୍ପୋରେଟର ରବୀନ୍ଦ୍ର ଖରାଟଙ୍କ ପ୍ରାଣ ଯାଇଥିବା ବେଳେ ତାଙ୍କ ଭାଇ ସୁନୀଲ(୫୬), ଦୁଇପୁଅ ପ୍ରେମସଗାର(୨୬) ଓ ରୋହିତ(୨୫) ଏବଂ ରବୀନ୍ଦ୍ରଙ୍କ ସାଙ୍ଗର ପୁଅ ମଧ୍ୟ ପ୍ରାଣ ହରାଇଛନ୍ତି ।

ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା, ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.