ଗୌହାଟୀ: ଆସାମରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ପ୍ରାୟ ୨୬ ଜିଲ୍ଲାର ୨୬.୩୧ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବନ୍ୟା ରିପୋର୍ଟ ଅନୁଯାୟୀ ବ୍ରହ୍ମପୁତ୍ର ଓ ତା’ର ଶାଖା ନଦୀରେ ଜଳସ୍ତର ବିପଦ ସଙ୍କୁଳ ସ୍ଥିତିରେ ଥିବା ବେଳେ ଏଯାବତ୍ ୮୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ଆହୁରି ମଧ୍ୟ ବର୍ତ୍ତମାନ ଧେମାଜୀ, ଲକ୍ଷ୍ମୀପୁର, ଢୁବରୀ, ଗୋଲପାରା, ବାରପେଟା, ମରିଗାଁଓ, ଦକ୍ଷିଣ ସାଲମରା, ଡରାଙ୍ଗ, ନଲବାରି, ଗୋଲାଘାଟ, ନାଗାଓଁ, ମଜୁଲି, ବଙ୍ଗାଇଗାଁଓ ଓ କାମରୁପ ଆଦି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ଅପରପକ୍ଷରେ ବନ୍ୟା ଯୋଗୁଁ ପ୍ରାୟ ୨୬,୩୧,୩୪୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୧,୧୫,୫୧୫.୨୫ ହେକ୍ଟର ଜମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସୂଚନା ମିଳିଛି ।
ତେବେ ଉଦ୍ଧାର କାର୍ଯ୍ୟରେ ଉଭୟ ଏନଡିଆରଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ଲାଗିଥିବା ବେଳେ ଏନଡିଆରଏଫର ୧୨୨ ଟିମ୍ ଆସାମ ଓ ବିହାର ସମେତ ୨୦ ଜିଲ୍ଲାରେ ମୁତୟନ୍ ହୋଇଥିବା ନେଇ କହିଛନ୍ତି ଏନଡିଆରଏଫ୍ ଡିଜି ଏସଏନ୍ ପ୍ରଧାନ ।
Comments are closed.