Latest Odisha News

BREAKING NEWS

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଆସାମର ଯୁବକ ଓଡ଼ିଶା ପୋଲିସ ଦ୍ବାରା ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ପୁଲିସ ଟିମ୍ ଆସାମର ନଗାଓଁ ଜିଲ୍ଲାରେ ଜଣେ ପାକିସ୍ତାନୀଙ୍କ ସହ ଗୁପ୍ତ ତଥ୍ୟ ବାଣ୍ଟିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇକବାଲ ହୁସେନ୍ ନାମକ ଜଣେ ଅଭିଯୁକ୍ତକୁ ସ୍ଥାନୀୟ ପୁଲିସ ସହାୟତାରେ ଜିଲ୍ଲାର ବଟଦ୍ରବା ଅଞ୍ଚଳର ଗେନ୍ଦୁଆ ପୋଥାର ଗାଁରେ ଥିବା ତାଙ୍କ ବାସଭବନରୁ ଗିରଫ କରାଯାଇଛି। ହୁସେନ୍ ପୂର୍ବରୁ ବେଙ୍ଗାଲୁରୁରେ କାମ କରୁଥିଲେ କିନ୍ତୁ ନିକଟରେ ସେ ଘରକୁ ଫେରିଥିଲେ ଏବେ ତାଙ୍କୁ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅବଦୁଲ ହଲିମ ନାମକ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ ସହ ଆର୍ଥିକ ନେଣଦେଣ ସହ ଗୁପ୍ତ ତଥ୍ୟ ସେୟାର କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇଟି ଆକ୍ଟର କେତେକ ଧାରା ଅନୁଯାୟୀ ମାମଲା ରୁଜୁ କରିଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଏ ନେଇ ନଗାଓଁ ଏସପି ନବନୀତ ମହନ୍ତଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ହୁସେନ୍କୁ ଠାବ କରିବା ପାଇଁ ଓଡ଼ିଶା ପୁଲିସ ଆସାମ ପୁଲିସର ସହଯୋଗ ଲୋଡ଼ିଥିଲା। ପ୍ରାଥମିକ ପଚରାଉଚରା ପରେ ଗିରଫ ଯୁବକଙ୍କୁ ଓଡ଼ିଶା ପଠାଯାଉଛି।

Comments are closed.