Latest Odisha News

BREAKING NEWS

ଆସାମ ରାଜଭବନ କ୍ୟାମ୍ପସ୍ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଗୁଆହାଟୀ: ଆସାମ ରାଜଭବନ କ୍ୟାମ୍ପସ ପରିସରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କ୍ୟାମ୍ପସ ଭିତରୁ କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ଗତକାଲି କାମରୁପ୍ ମହାନଗର ନିଗମ ଡେପୁଟୀ କମିଶନର ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲେ ।

ରାଜଭବନ ପରିସର ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଛି କଟକଣା । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳକୁ ସିଲ୍ କରି ସାନିଟାଇଜ୍ କରାଯାଉଛି । ଆସାମ ରାଜଭବନର ଦୁଇ ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂକ୍ରମିତଙ୍କ ଭିତରେ ଜଣେ କିରାଣୀ ଓ ଜଣେ ଇଲେକ୍ଟ୍ରିସିଆନ୍ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.