Latest Odisha News

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଆସାମର ବିହୁ ନୃତ୍ୟ

ନୂଆଦିଲ୍ଲୀ: ଆସାମର ପାରମ୍ପାରିକ ବିହୁ ନୃତ୍ୟ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଗୋଟିଏ ସ୍ଥାନରେ ଏକ ସଙ୍ଗରେ ୧୧ ହଜାରରୁ ଅଧିକ ନୃତ୍ୟ ଶିଳ୍ପୀ ଏବଂ ଡ୍ରମ ବାଦକଙ୍କ ପ୍ରଦର୍ଶନ ଯୋଗୁ ଏହା ସମ୍ଭବପର ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆସାମ ଲୋକନୃତ୍ୟର ଏହା ସବୁଠାରୁ ବଡ ପ୍ରଦର୍ଶନ ବୋଲି ସେ କହିଛନ୍ତି । ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡସର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶେଷରେ ସେମାନେ ସନ୍ତୁଷ୍ଟ ହେବା ପରେ ବିହୁ ଏବଂ ଆସାମ ରେକର୍ଡବୁକରେ ସ୍ଥାନ ପାଇଥିଲା ।

ହିମନ୍ତଙ୍କୁ ଗମୋସା ଭୌଗଳିକ ସୂଚକ ପଞ୍ଜୀକରଣ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ, ଗମୋସାକୁ ଜିଆଇ ଟ୍ୟାଗ ମିଳି ସାରିଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହାର ସାର୍ଟିଫିକେଟ ପ୍ରଦାନ କରାଯିବ । ବିହୁ କଳାକାରମାନଙ୍କୁ ଏହି ଅବସରରେ ସେ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.