Latest Odisha News

BREAKING NEWS

ଖୁବ୍ ଶ୍ରୀଘ୍ର ହେବ ଜାମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଖୁବ ଶ୍ରୀଘ୍ର ହେବ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର । ନିର୍ବାଚନ କମିଶନର କହିଛନ୍ତି ଯେ, ଖୁବ ଶୀଘ୍ର ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ବାଚନ ଆୟୋଗ ପ୍ରସ୍ତୁତ ଅଛନ୍ତି। ଲୋକସଭା ନିର୍ବାଚନରେ ​​ଜାମ୍ମୁ କାଶ୍ମୀରବାସୀଙ୍କ ଅଂଶଗ୍ରହଣକୁ ସେ ପ୍ରଶଂସା କରିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ମତଦାନ ପରବର୍ତ୍ତୀ ହିଂସାକୁ ମୁକାବିଲା କରିବା ପାଇଁ ନିର୍ବାଚନ କମିଶନର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି, ଆଦର୍ଶ ଆଚରଣ ସଂହିତା ଶେଷ ହେବା ସତ୍ତ୍ୱେ ମଧ୍ୟ କେତେକ ରାଜ୍ୟରେ ସାମରିକ ବାହିନୀ ମୁତୟନ ଅଛନ୍ତି ।

ଏଥର ଲୋକସଭା ନିର୍ବାଚନରେ ​​ଜାମ୍ମୁ କାଶ୍ମୀରର ୫ଟି ଲୋକସଭା ଆସନରେ ସର୍ବାଧିକ ୫୮.୪୫ ପ୍ରତିଶତ ମତଦାନ କରି ରେକର୍ଡ ସୃଷ୍ଟି କରିଛି । ୨୦୧୯ ବର୍ଷ ତୁଳନାରେ ଏହା ପ୍ରାୟ ୩୦ ପ୍ରତିଶତ ଅଧିକ । ଏଠାରେ ଜାତୀୟ ସମ୍ମିଳନୀ ପ୍ରାର୍ଥୀ ଓମାର ଅବଦୁଲ୍ଲା ବାରାମୁଲ୍ଲା ଲୋକସଭା ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେପଟେ ମେହବୁବା ମୁଫତି ଅନନ୍ତନାଗ-ରାଜୌରୀ ଲୋକସଭା ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

Comments are closed.