Latest Odisha News

BREAKING NEWS

ସୂର୍ଯ୍ୟକୁମାର, ଗିଲଙ୍କ ସପକ୍ଷରେ ବାହାରିଲେ ସହକାରୀ କୋଚ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିକୁ ଆସି ଯାଇଛି । ଶୁଭମନ ଗିଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ପ୍ରଦର୍ଶନ ଜାରୀ ରହିଛି । ସେମାନେ ଏହି ମ୍ୟାଚରେ ମଧ୍ୟ ବିଫଳ ହୋଇଛନ୍ତି । ଉଭୟଙ୍କ ବିଫଳତା ଏବେ ସୋସିଆଲ ମିଡିଆରେ ବେଶ ଆଲୋଚନା ହେଉଛି । ଉଭୟ ପ୍ରାୟ ୧ ବର୍ଷ ହେବ ଟି୨୦ରେ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି । ତେବେ ଟିମ ଇଣ୍ଡିଆର ସହକାରୀ କୋଚ ର‌୍ୟାନ ଟେନ ଡୋଶ୍ଚେଟ କିନ୍ତୁ ଗିଲ ଓ ସୂର୍ଯ୍ୟକୁମାରଙ୍କ ଦକ୍ଷତା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି । ଟି୨୦ ବିଶ୍ୱକପ ପୂର୍ବରୁ ସେମାନେ ନିଶ୍ଚିତ ଭାବେ ଲୟକୁ ଫେରିଥିବେ ବୋଲି ସେ ଦୃଢ଼ତା ସହକାରେ କହିଛନ୍ତି ।

ଗିଲଙ୍କୁ ପାୱାର ପ୍ଲେରେ ବଡ ଶଟ ଖେଳିବାକୁ କୁହାଯାଇଥିଲା । ସେ ଉଦ୍ୟମ କରିଥିଲେ, କଟକ ପିଚ ସେତେଟା ଭଲ ନ ଥିବାରୁ ସେ ସଫଳ ହୋଇପାରି ନ ଥିଲେ । ଦ୍ୱିତୀୟ ମୁକାବିଲାରେ ଏକ ଭଲ ବଲରେ ସେ ଆଉଟ ହୋଇଥିଲେ । ଫର୍ମ ଏବଂ ଭାଗ୍ୟ ସହାୟ ନ ହେଲେ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ସୂର୍ଯ୍ୟକୁମାର ଜଣେ ଦକ୍ଷ ଖେଳାଳି ଏବଂ ଅଧିନାୟକ । ଆମେ ତାଙ୍କ ଦକ୍ଷତା ଦେଖିସାରିଛୁ । ଟିମ ଏବଂ ଆମର ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଆଗାମୀ ଟି୨୦ ବିଶ୍ୱକପରେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ ବୋଲି ଡୋଶ୍ଚେଟ କହିଛନ୍ତି ।

Leave A Reply

Your email address will not be published.